ପାରଳାଖେମୁଣ୍ଡି: ଗଜପତି: ୧ କିଲୋମିଟର ପାହାଡ଼ ତଳକୁ ଯାଇ ପାଣି ଆଣୁଛନ୍ତି ଉପର ଖିଲିମୁଣ୍ଡା ଗ୍ରାମବାସୀ
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ମୁନିସିଂ ପଞ୍ଚାୟତର ଉପର ଖିଲିମୁଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା। ପାହାଡ଼ ଉପରେ ରହୁଥିବା ଲୋକେ ପାଣି ପାଇଁ ୧ କିଲୋମିଟର ଚାଲିବାକୁ ବାଧ୍ୟ। ସୌରଚାଳିତ ପମ୍ପ ଖରାପ ଥିବାରୁ ବିକଳ୍ପ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି ଗ୍ରାମବାସୀ।