କଟକ ପୌରାଞ୍ଚଳ: କଟକ: ପୋଲିସ ଗାଡ଼ିରୁ ଡେଇଁ ଯୁବକ ଫେରାର, ଓଏମ୍ପି ଛକରେ ହାଇଡ୍ରାମା
କଟକ ଓଏମ୍ପି ଛକରେ ଚାଉଳିଆଗଞ୍ଜ ପୋଲିସ ହେପାଜତରୁ ଜଣେ ଯୁବକ ଫେରାର ହୋଇଛନ୍ତି। ପୋଲିସ ଗାଡ଼ିରୁ ଡେଇଁ ଯୁବକ ଜଣକ ସ୍କୁଲ ପାଚେରି ଉପରେ ଚଢ଼ି ହାଇଡ୍ରାମା କରିଥିଲେ। ଯୁବକଙ୍କ ଦେହରେ ପୋଷାକ ନଥିବା ବେଳେ ଶରୀରରେ କ୍ଷତଚିହ୍ନ ଦେଖିବାକୁ ମିଳିଥିଲା। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।