#ସ୍ମାର୍ଟ_ଜେଲ_ପ୍ରକଳ୍ପକୁ_ନେଇ_ରାଜନୈତିକ_ଉଷ୍ଣତା।
#ସାଂସଦ_ଓ_ବିଧାୟକ_ମୁହାଁମୁହିଁ
ସ୍ମାର୍ଟ ଜେଲ ପ୍ରକଳ୍ପକୁ ନେଇ ରାଜନୈତିକ ଉଷ୍ଣତା ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ସାଂସଦ ଓ ବିଧାୟକ ମୁହାଁମୁହିଁ ହୋଇଛନ୍ତି । ନିକଟରେ ସ୍ମାର୍ଟ ଜେଲ ପ୍ରକଳ୍ପକୁ ବିରୋଧ କରି ବରୀ ବିଧାୟକ ତଥା ବିରୋଧୀ ଦଳ ର ମୁଖପାତ୍ର ବିଶ୍ୱରଂଜନ ମଲ୍ଲିକ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାର ଏବେ କଡା ଜବାବ ଦେଇଛନ୍ତି ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା। ବିଧାୟକ କହିଥିଲେ ଜେଲ ପ୍ରକଳ୍ପକୁ ବିରୋଧ କରାଯିବ, କୌଣସି ହଲାତରେ ପ୍ରକଳ୍ପ କରାଇ ଦିଆଯିବ ନାହିଁ। ଏହା ଲୋକଙ୍କ ସ୍ୱାର୍ଥ ବିରୋଧରେ ହେଉଛି। ଏକ ଗାଁ ଭିତରେ ଜନବସତି ନିକଟରେ ଏବଂ ତାହା ପୁଣି ସର୍ବସାଧାରଣଙ୍କ ବ୍ୟବହୃତ ଗୋଚର ଜମି ଓ ଖେଳ ପଡିଆରେ ସ୍ମାର୍ଟ ଜେଲ ପ୍ରକଳ୍ପ ନିର୍ମାଣ ପାଇଁ ଉଦ୍ୟମ କରୁଛନ୍ତି ବର୍ତମାନର ସରକାର। ଜୋର ଜବରଦସ୍ତ ପୋଲିସ ଲଗାଇ ଜେଲ ନିର୍ମାଣ କରାଯାଉଛି। ଏହାକୁ ତୀବ୍ର ବିରୋଧ କରାଯିବ ବୋଲି କହିଲେ ବିଧାୟକ। ସେପଟେ ଏହାର ମୁହଁତୋଡ ଜବାବ ଦେଇ ସାଂସଦ କହିଲେ ନବୀନ ସରକାର ହିପୋକ୍ରାଟି ସରକାର ଥିଲେ। ସେତେବେଳେ ସେହି ସରକାର ଅମଳରେ ହିଁ ସେମାନେ ଜେଲ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ। ଏବେ ଏହାକୁ ବିରୋଧ କରୁଛନ୍ତି।ଉନ୍ନତିରେ ବାଧକ ସାଜିଛନ୍ତି ତତ୍କାଳୀନ ସରକାର ଏବଂ ତାଙ୍କ ବିଧାୟକ ତଥା ବିଜେଡିର ମୁଖପାତ୍ର। ବିରଜା ହାଟ ଓ ଅନ୍ୟାନ୍ୟ ପ୍ରକଳ୍ପକୁ ମଧ୍ୟ ବିରୋଧ କରୁଥିଲେ। ସେଥିରେ ସେମାନଙ୍କୁ ସକ୍ସେସ ହେବାକୁ ଦିଆଗଲା ନାହିଁ। ହାଟ ହେଲା, ଅନ୍ୟ ପ୍ରକଳ୍ପ ବି ହେଲା।ସେହିଭଳି ଏବେ ଜେଲକୁ ବିରୋଧ କରିଛନ୍ତି। କିନ୍ତୁ ଜେଲ ସେହିଠାରେ ହିଁ ହେବ। ନିଶ୍ଚୟ ହେବା।ଜେଲ ହେଲେ ରାସ୍ତାଘାଟ ଓ ଅଞ୍ଚଳର ବିକାଶ ହେବ। କୃଷି ଓ କୃଷକର ବି ଉନ୍ନତି ହେବା।ଜାଣିଶୁଣି ପ୍ରକଳ୍ପକୁ ବିରୋଧ କରାଯାଉଛି। ଯେଉଁ ନେତା ଏହାକୁ ବିରୋଧ କରୁଛନ୍ତି, ସେଇ ହିଁ ଏହି ଜେଲରେ ଆଗ ପଶିବେ। ବିଜେପି ସରକାର କହିଥିଲା ଯେଉଁ ନେତା ମାନେ ଦୁର୍ନୀତିଖୋର ଵା ବିଭିନ୍ନ ଦୁର୍ନୀତିରେ ଲିପ୍ତ ଅଛନ୍ତି ସେମାନେ ଜେଲରେ ପଶିବା ଥୟ। ଏଭଳି ଛକପଞ୍ଜା ଭିତରେ ଜେଲ ପ୍ରକଳ୍ପ ବିବାଦ ଏବେ ରାଜନୈତିକ ମୋଡ ନେଇଥିବା ବେଳେ ଆଗକୁ କଣ ଘଟୁଛି ତାହା କେବଳ ଦେଖିବାକୁ ବାକି ରହିଲା।
#lntvnetwork #JajpurNews #jajpurkhabar #Aeiodisha