ଛେନାପଦିଛକ ସ୍ଥିତ ବିଶ୍ୱତାରିଣୀ ଯୁକ୍ତ୩ ମହିଳା ମହାବିଦ୍ୟାଳୟ ପରିସରରେ ଆଜି ଦିନ ୨ଟା ପର୍ଯ୍ୟନ୍ତ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ୟୁଥ ରେଡ଼କ୍ରସ, ସମ୍ବାଦ ଆମ ଓଡିଶା ଏବଂ ଏଚଡିଏଫସି ର ମିଳିତ ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ପ୍ରଶାନ୍ତ ପହିଙ୍କ ତତ୍ୱାବଧାନରେ ସମ୍ବାଦ ପ୍ରତିନିଧି କିଶୋର ଆଚାର୍ଯ୍ୟ, ଅଧ୍ୟାପିକା ବେଦମତି ନାୟକ, ଏଚ.ଡ଼ି.ଏଫ.ସି ବ୍ୟାଙ୍କର ମ୍ୟାନେଜର ସଂଜୀବ ସାହୁ, ଶାଖା ପରିଚାଳକ ଉତ୍ତମ ଧଳ, ସାମ୍ବାଦିକ ପାର୍ଥ ସୌରଭ ସା, ବିକାଶ ବିଶ୍ୱାଳ ପ୍ରମୁଖ ଶିବିର ପରିଚାଳନା କରିଥିଲେ।