ଅନୁଗୋଳ: ମସୁଣିହତା ଗ୍ରାମରେ ସାପ କାମୁଡାରେ ୧୦ ବର୍ଷ ନାବାଳିକାଙ୍କ ମୃତ୍ୟୁ
Anugul, Angul | Jul 6, 2025 ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ମସୁଣିହତା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳିକା ର ମୃତ୍ୟୁ ହୋଇଛି। ମିଳିଥିବା ଖବର ଅନୁସାରେ ମସୁଣିହତା ଗ୍ରାମର ରଞ୍ଜନ ଦେହୁରୀଙ୍କ ଝିଅ ପ୍ରଜ୍ଞା ପରିମିତା ଦେହୁରୀ (୧୦) ଘରେ ଶୋଇଥିବା ବେଳେ ରାତି ଦୁଇଟା ବେଳେ ଗୋଟାଏ ସାପ କାମୁଡି ଦେଇଥିଲା। ଯାହା ଫଳରେ ପରିବାର ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କଣିହାଁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରୁଥିଲେ। ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ଅନୁଗୋଳ ପୋଲିସ