ଡ଼ଅଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ପୂର୍ବରୁ ବିଦ୍ୟାଳୟ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଧାରଣାରେ ବସିଥିଲେ। ସେତେବେଳେ ବ୍ଲକ ସହ ଶିକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ୭ ଦିନଭିତରେ ଅଧିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲେ ବି ଆଜି ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ନ ହେବାରୁ କିଛି ଅଭିଭାବକ ଆଜି ସକାଳ ୧୦ଟା ବେଳେ ସ୍କୁଲରେ ତାଲା ପକାଇ ଦେଇ ଥିଲେ। ଫଳରେ ଛାତ୍ରଛାତ୍ରୀ ମାନେ ସ୍କୁଲରୁ ଫେରିଆସିଥିବା ବେଳେ ଶିକ୍ଷକ ମାନେ ଫାଟକ ସମୁଖରେ ବସି ବସି ଫେରି ଥିବା ଜଣା ଯାଇଛି।