ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ପୋଲିସ ମୁଖ୍ୟାଳୟରେ ୧୦୦ ରୁ ଉର୍ଦ୍ଧ୍ୱ ମୋବାଇଲ ଫୋନ୍ ପ୍ରକୃତ ହିତାଧିକାରୀଙ୍କୁ ଫେରାଇଲା ପୋଲିସ
ଚୋରି ହୋଇ ଥିବା କିମ୍ବା ହଜି ଯାଇଥିବା ମୋବାଇଲ୍ ଫୋନ୍ ଉଦ୍ଧାର କରିବାରେ ରାଉରକେଲା ପୋଲିସ କୁ ପୁଣି ମିଳିଛି ଏକ ବଡ଼ ସଫଳତା। ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହୋଇଥିବା ୧୦୦ ରୁ ଉର୍ଦ୍ଧ୍ୱ ମୋବାଇଲ ଫୋନ୍ ଉଦ୍ଧାର କରିଛି ପୋଲିସ। ଉଦ୍ଧାର ପରେ ଗୁରୁବାର ଅପରାହ୍ନରେ ରାଉରକେଲା ସ୍ଥିତ ପୋଲିସ ମୁଖ୍ଯାଳୟରେ ଏହି ସବୁ ଫୋନ୍ କୁ ପ୍ରକୃତ ଫୋନ୍ ମାଲିକ ମାନଙ୍କୁ ହସ୍ତାନ୍ତର କରିଛି।