କଟକ ପୌରାଞ୍ଚଳ: ନ୍ୟାୟ ଦାବି ରେ ବକ୍ସି ବଜାର ସ୍ଥିତ ପୋଲିସ ଡିଜି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା
ବକ୍ସି ବଜାର ସ୍ଥିତ ପୋଲିସ ଡିଜି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଅପରାହ୍ନ ରେ ଧାରଣା ଦିଆଯାଇଛି । ଇଞ୍ଜିନିୟର ପବିତ୍ର ସାମଲ ମୃତ୍ୟୁ ଘଟଣାରେ ନିଷ୍କ୍ରିୟ ହୋଇ ଚୁପ୍ ବସିଛି ଧର୍ମଶାଳା ପୋଲିସ୍। ସମସ୍ତ ତଥ୍ଯ ପ୍ରମାଣ ଥିବା ସତ୍ତ୍ବେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ନକରି ଚୁପ୍ ବସିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଅରାବଳ ଗ୍ରାମ ର ଇଞ୍ଜିନିୟର ପବିତ୍ର ସାମଲ ପାଖ ଗ୍ରାମ ର ଜଣେ ଯୁବତୀକୁ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟ ରେ ପାଖା ପାଖି ୩ ବର୍ଷର ପ୍ରେମ ସମ୍ପର୍କ ମଧ୍ଯ ଗଢି ଉଠିଥିଲା । ହଠାତ୍ ତାଙ୍କର ମୃତଦେହ ମିଳିଥିଲା।