"ଚାଷକାମ ଯାହାର, କେଡ଼େ ସୁଖ ତାହାର" — ଏହି ପୁରୁଣା ଢଗଟି ଆଜି ଚାଷୀଭାଇଙ୍କ ପାଇଁ କେବଳ ଏକ ପ୍ରହସନ ପାଲଟିଯାଇଛି।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ବ୍ରାହ୍ମଣୀ ଗ୍ରାମ ସମେତ ଆମ ସମ୍ପୂର୍ଣ୍ଣ ଅଞ୍ଚଳରେ ଆଜି ମରୁଡ଼ିର କରାଳ ଛାୟା। ସରକାର 'ପାର୍ବତୀ ଗିରି ଉଠା ଜଳସେଚନ ଯୋଜନା'ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ, ହେଲେ ଆମ ଚାଷ ଜମିକୁ ଆଜି ବି ଟୋପାଏ ପାଣି ମିଳିପାରୁନାହିଁ।
ଆଗାମୀ ୧୦ ଦିନ ମଧ୍ୟରେ ଯଦି ବର୍ଷା ନହୁଏ, ତେବେ ୯୦% ରୁ ଅଧିକ ଚାଷ ନଷ୍ଟ ହୋଇ ମରୁଡ଼ି ହେବା ନିଶ୍ଚିତ। ଏଭଳି ଗମ୍ଭୀର ପରିସ୍ଥିତିରେ ଆମ ଅଞ୍ଚଳର ଚାଷୀନେତା ଓ ସମାଜସେବୀମାନଙ୍କ ନୀରବତା ଅତ୍ୟନ୍ତ ଦୁଃଖଦ।
ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆମର ବିନମ୍ର ଅନୁରୋଧ — ତୁରନ୍ତ ଏହି ସମସ୍ୟାର ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ।
#admboudh #cdoboudh #kvsinghdeo #BoudhDistrict #BoudhOdisha #BoudhFarmers #OdishaFarmers #FarmerProblems #FarmersVoice #SaveFarmers #SupportFarmers #AgricultureOdisha #KanakVardhanSinghDeo