ବରଗଡ: ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଦେଖିବାକୁ ସମସ୍ତଙ୍କୁ ନିମନ୍ତ୍ରଣ କରି କଂସ କଳାକାର ସୁଶୀଲ ମେହେର ତାଙ୍କ ବାସଭବନରେ ରଖିଲେ ପ୍ରତିକ୍ରିୟା
ଆସନ୍ତା କାଲି ଠାରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା | ଏନେଇ ସମସ୍ତଙ୍କୁ ଧନୁଯାତ୍ରା ଦେଖିବା ପାଇଁ ନିମନ୍ତ୍ରଣ କରିଛନ୍ତି ମହାରାଜ କଂସ | ମଙ୍ଗଳବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ନିଜ ବାସଭବନରେ ପ୍ରତିକ୍ରିୟା ରଖିଲେ କଂସ କଳାକାର ସୁଶୀଲ ମେହେର | ଆଉ କିଛି ସମୟ ପରେ ସର୍ବ ବୃହତ ଖୋଲା ରଙ୍ଗ ମଞ୍ଚରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା | ତେବେ ଚଳିତ ବର୍ଷ ନୂତନ କଳାକାର ମାନେ ରହିଥିବା ବେଳେ ନୂତନ ସଂଳାପ ଓ ଉଚ୍ଚ କୋଟିର ଅଭିନୟ ଦର୍ଶକ ଦେଖିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ମହାରାଜ କଂସ ।