🔱 ପବିତ୍ର ରାହାସ ପୂର୍ଣ୍ଣିମାରେ ଚଳଚଞ୍ଚଳ ଆରଡ଼ି ପୀଠ 🙏
ପବିତ୍ର ରାହାସ ପୂର୍ଣ୍ଣିମା ଅବସରରେ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣି ମନ୍ଦିରରେ ଲାଗିଥିଲା ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼। ଭୋର ୪ଟାରେ ମନ୍ଦିର ପହଡ଼ ଖୋଲିବା ପରେ ମଙ୍ଗଳ ଆଳତି, ଘର୍ଷଣଲାଗି ଓ ଜଳାଭିଷେକ ସମେତ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା।
କାର୍ତ୍ତିକ ମାସର ପଞ୍ଚୁକ ଓ ରାହାସ ପୂର୍ଣ୍ଣିମା ଅବସରରେ ବାବାଙ୍କ ପଞ୍ଚାନନ ବେଶ ସହ ଅପରାହ୍ନରେ ଦୁର୍ଲ୍ଲଭ ହରଗୌରୀ ବେଶ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ଅନ୍ୟପଟେ ଶିବଗଙ୍ଗା ପୁଷ୍କରିଣୀରେ ବୋଇତ ଭସାଇବା ସହ ପବିତ୍ର ବୁଡ଼ ପକାଇ ବାବାଙ୍କ ଦର୍ଶନ କରିଥିଲେ ଭକ୍ତମାନେ।
ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ନଦୀଘାଟରେ ସ୍ୱତନ୍ତ୍ର ବ୍ୟବସ୍ଥା ଓ ଅଧିକ ଡଙ୍ଗା ନିୟୋଜିତ କରାଯାଇଥିଲା।
🔴 ଆରଡ଼ି ପୀଠର ରାହାସ ପୂର୍ଣ୍ଣିମାର ସମ୍ପୂର୍ଣ୍ଣ ଖବର ଦେଖନ୍ତୁ।
🙏 ହର ହର ମହାଦେବ!
#RahasaPurnima #AradiPeetha #Akhandalamani #Panchuka #OdishaNews #BhadrakNews #ଆରଡ଼ିପୀଠ #ବାବାଆଖଣ୍ଡଳମଣି