କୁଲାଡ଼ରେ ମା’ ଲକ୍ଷ୍ମୀଙ୍କ ଆଜ୍ଞା ଲଡ଼ୁ ନିଲାମ, ୧ ଲକ୍ଷ ୧୯ ହଜାର ୯୯୯ ଟଙ୍କାରେ ନିଲାମ ଧରିଲା ସିଣ୍ଡିକେଟ୍ ଗ୍ରୁପ୍ ।
ଅନୁଗୋଳ ଜିଲ୍ଲା କୁଲାଡ଼ ଗ୍ରାମରେ ବାବା କ୍ଲବ ପକ୍ଷରୁ ମା’ ଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବରରେ ଆୟୋଜିତ ହୋଇଥିଲା। ଏହି ଅବସରରେ ମା’ଙ୍କର ପବିତ୍ର ଆଜ୍ଞା ଲଡ଼ୁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନିଲାମରେ ଅନେକ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ଉତ୍ସାହର ସହ ଭାଗ ନେଇଥିଲେ।
କୁଲାଡ଼ ଗ୍ରାମର ବାବା କ୍ଲବ ପକ୍ଷରୁ ଆୟୋଜିତ ମା’ ଲକ୍ଷ୍ମୀଙ୍କ ପୂଜା ଅବସରରେ ମା’ଙ୍କ ଆଜ୍ଞା ଲଡ଼ୁ ନିଲାମକୁ ନେଇ ଗ୍ରାମରେ ଦେଖିବାକୁ ମିଳିଥିଲା ବେଶ୍ ଉତ୍ସାହ। ଏହି ନିଲାମ କାର୍ଯ୍ୟକ୍ରମରେ ଅନେକ ବ୍ୟକ୍ତି ଭାଗ ନେଇଥିବା ବେଳେ ଶେଷରେ କୁଲାଡ଼ ଗ୍ରାମର ସିଣ୍ଡିକେଟ୍ ଗ୍ରୁପ୍ ୧ ଲକ୍ଷ ୧୯ ହଜାର ୯୯୯ ଟଙ୍କାରେ ଆଜ୍ଞା ଲଡ଼ୁ ନିଲାମ ଧରି ବିଜୟୀ ହୋଇଥିଲେ।
ଏହି ନିଲାମକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଥିଲା। ତେବେ ସିଣ୍ଡିକେଟ୍ ଗ୍ରୁପ୍ର ସଦସ୍ୟମାନଙ୍କ ନାମ ହେଉଛି...
ରିପୋର୍ଟ - ଅଜିତ ପଣ୍ଡା ନାଲକୋ
Anugul, Angul | Nov 1, 2026