ନିମାପଡା: ବଳଙ୍ଗା ସ୍ଥିତ ଭାର୍ଗବୀ ନଦୀ ପଠାରେ ଲକ୍ଷାଧିକ ଟଙ୍କାର ମାଛଧରା ଜାଲକୁ ପୋଡ଼ିଦେଲେ ଦୃର୍ବୁତ୍ତ, ଥାନାରେ ଅଭିଯୋଗ , ପୋଲିସର ତଦନ୍ତ ଜାରି
ବଳଙ୍ଗା ସ୍ଥିତ ଭାର୍ଗବୀ ନଦୀ ପଠାରେ ବଳଙ୍ଗା ଗ୍ରାମର ପ୍ରସନ୍ନ କୁମାର ଦଳାଇ ତାଙ୍କ ମାଛ ଧାରା ଜାଲକୁ ନଦୀ ପଠାରେ ଗତକାଲି ସକାଳେ ଶୁଖାଇ ଥିଲେ। ଉକ୍ତ ଜାଲକୁ ଗତ କାଲି ରାତିରେ କେହି ଦୃର୍ବୁତ୍ତ ନିଆଁ ଲଗାଇ ପୋଡି ଦେଇଥିବା ନେଇ ରାତି ୯ଟାରେ ଦେଖିଥିଲେ। ପରେ ଥାନାରେ ରାତି ୧୦ଟାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଆଜି ଅପରାହ୍ନ ତିନିଟା ରେ ବଳଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ପ୍ରସନ୍ନ ଭାର୍ଗବୀ ନଦୀ ଗଣ୍ଡକୁ ନିଲାମ ଆଣି ମାଛ ଧରିଥାନ୍ତି। ଗତକାଲି ସକାଳେ ମାଛ ଜାଲ ଓଦା ହୋଇଥିବାରୁ ସେ ସେଠାରେ ଜାଲକୁ ଶିଖାଇଥିଲେ।