Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh
image
image
image

କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ଭାଇରାଲ ସରପଞ୍ଚ ଚମେଲୀ ଓଝାଙ୍କୁ ମହାକାଳପଡ଼ା ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଚମେଲୀ ଓଝା ନିଜ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କ ସହ ନିଜ ପଞ୍ଚାୟତର କିଛି ସମସ୍ୟା ନେଇ ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ବିଡିଓଙ୍କ ସହ ଯୁକ୍ତିତର୍କ ଓ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ରହିଛି। ଏହି ସମୟରେ ତାଙ୍କ ଭାଇ ମୋବାଇଲରେ ଭିଡିଓ ରେକର୍ଡିଂ କରୁଥିବା ବେଳେ ବିଡିଓ ଏହାକୁ ବାରଣ କରିଥିଲେ ଏବଂ ପୋଲିସ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚମେଲୀ ଓଝା ଏବଂ ସୂର୍ଯ୍ୟକାନ୍ତ ଓଝାଙ୍କୁ ଥାନାକୁ ନେବା ସମୟରେ ପୋଲିସକୁ ବିରୋଧ କରିବା ସହ ଚମେଲୀ ଲାଇଭ୍ ଭିଡିଓ କରିଥିବା ଜଣାପଡ଼ିଛି। ପରେ ଥାନାରେ ଚମେଲୀ ଓଝାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିବାରୁ ତାଙ୍କୁ ପ୍ରଥମେ ମହାକାଳପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ, ଚମେଲୀ ଓଝାଙ୍କ ବାପା ଅଭିଯୋଗ କରିଛନ୍ତି ଯେ ପୋଲିସ ମାଡ଼ ଯୋଗୁଁ ତାଙ୍କ ଝିଅ ଗୁରୁତର ହୋଇଛନ୍ତି। ତେବେ ଏହି ଅଭିଯୋଗ ଉପରେ ପୋଲିସ ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ। ବିଡିଓଙ୍କ ଅଭିଯୋଗ ଆଧାରରେ ତଦନ୍ତ ଜାରି ରହିଥିବା ମହାକାଳପଡ଼ା ପୋଲିସ ସୂଚନା ଦେଇଛି। ବ୍ୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ #angulexpress #Kendrapara #Mahakalapada #OdishaNews #BreakingNews

Anugul, Angul | Jun 11, 2026

MORE NEWS