ମାଲକାନଗିରି : ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା। ଭିନ୍ନ ଭିନ୍ନ ସ୍ଥାନରେ ଦୁଇଟି କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ପ୍ରଥମ ଘଟଣାଟି ସିନ୍ଦ୍ରୀମାଳ ପାଖରେ ଘଟିଛି। ଏକ ସ୍ୱିଫ୍ଟ ଡିଜାୟାର୍ କାର୍ କୁ ଏକ ଆନ୍ଧ୍ରପ୍ରଦେଶ ନମ୍ବର ଥିବା ଟ୍ରକ୍ ଧକ୍କା ଦେଇ ଫେରାର୍ ହୋଇଯାଇଛି। କାର୍ରେ ୨ ଜଣ ଯାତ୍ରୀ ଥିଲେ, ସେମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସାମାନ୍ୟ ଆହତ ହୋଇଛନ୍ତି। ତେବେ କାର୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ସେହିପରି ଅନ୍ୟ ଏକ ଘଟଣାରେ ମାଲକାନାଗିରି ରୁ ଜୟପୁର ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଏକ ଟାଟା ସିଏରା କାର୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯାଇଛି। ଗଛରେ ପିଟି ହେବା ଫଳରେ କାର୍ଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିଲେ ବି କାହାରି ଜୀବନହାନି ହୋଇନାହିଁ।