ସୁନ୍ଦରଗଡ ସହର: ସୁନ୍ଦରଗଡ ଅରଣ୍ୟ ନଗର, ରାଣୀ ବଗିଚା ଓ ଭେଡ଼ା ବାହାଲରେ ଡିଷ୍ଟ୍ରିକ୍ଟ ମୋବାଇଲ ୟୁନିଟର ଅବକାରୀ ଚଢାଉ, ତିନି ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ
ଆଜି ଫେବୃଆରି 17 ତାରିଖ ମଙ୍ଗଳବାର ପୂର୍ବାହ୍ନ 9 ଟାରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ମାରାଥନ ଚଢାଉ। ସମସ୍ତ ଚଢାଉ ଅବକାରୀ ଅଧୀକ୍ଷକ ସିଦ୍ଧେଶ୍ଵର ବେଶ୍ରାଙ୍କ ନିର୍ଦ୍ଦେଶରେ ହୋଇଥଲା। ଯେଉଁଠୁ ଖବର ଆସିଲା ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି ବିଭାଗ। ତେବେ ଏହି ଚଢ଼ାଉରେ ଦୁଇ ମହିଳା ଅଭିଯୁକ୍ତ ସମେତ ତିନି ଗିରଫ ହୋଇଛନ୍ତି। ଏହି ଅଭିଯୁକ୍ତ ମାନଙ୍କ ନିକଟରୁ ଡିଷ୍ଟ୍ରିକ୍ଟ ମୋବାଇଲ ୟୁନିଟ 47 ଲିଟର IDL ମଦ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ - ଅରଣ୍ୟ ନଗରର ରାଜ କୁମାର ମୁଣ୍ଡା, ଭେଡ଼ା ବାହାଲର ସରସ୍ଵତୀ ନାଏକ ଓ ରାଣୀ ବଗିଚାର ନିଲିମା ଡୁଙ୍ଗ ଡୁଙ୍ଗ। ଏମା