ଓଡିଶା ର ଗଣପର୍ବ ରଜ ପାଂଇ ଉତ୍ସବମୁଖର ହୋଇ ଉଠିଛି ପୂରପଲ୍ଲୀ, ରଜପାନ, ଘରେ ଘରେ ପୋଡପିଠା, ମିଠା ବାସ୍ନା ରେ ମହକୁଛି ପରିବେଶ, ପାଦରେ ଅଳତା, ମଥାରେ ଟିପି ଟିପି କୁଙ୍କୁମ, ନୂଆ ବସ୍ତ୍ର ସାଙ୍ଗକୁ ହାତ ରେ ମିଠା ପାନ, ଏହାହିଂ ହେଉଛି ଓଡିଆ ଘର ର ପ୍ରିୟ ରଜ ପର୍ବ ର ଚିତ୍ର, ବର୍ଷକୁ ଥରେ ଆସୁଥିବା ଏହି ଗଣପର୍ବ ଖାଲି ଗୋଟିଏ ଉତ୍ସବ ନୁଂହେ ବରଂ ଏହା ମାଟି ଓ ମାତୃତ୍ବ ପ୍ରତି ଥିବା ସମ୍ମାନ ର ଏକ ଜୀବନ୍ତ ପ୍ରତୀକ,ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ତାଡଦା ପଞ୍ଚାୟତ ଅନ୍ତର୍ଗତ ଶାସନ ଗ୍ରାମରେ ଅତ୍ଯନ୍ତ ଆନନ୍ଦ ଉଲ୍ଲାସ ର ସହ ଏହି ରଜ ଉତ୍ସବ କୁ ପାଳନ
Basta, Balasore | Jun 15, 2026