ଜେଲ୍ ଭିତରେ କଏଦୀର ଖତରନାକ୍ କାଣ୍ଡ: ପ୍ରହରୀଙ୍କୁ ଗୁଳି ମାରି ଫେରାର ହେବାକୁ ଉଦ୍ୟମ, ସାହସ ଆଗରେ ହାର ମାନିଲା ଅପରାଧ !
ମଧ୍ୟପ୍ରଦେଶର ରାୟସେନ ଜେଲ୍ ଭିତରେ ଏକ ଅତ୍ୟନ୍ତ ଲୋମହମ୍ଷକ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ କଏଦୀ ଜେଲ୍ ପ୍ରହରୀଙ୍କୁ ଗୁଳି ମାରିବା ସହ ଆଖିରେ ଲାଲ୍ ମରିଚ ଗୁଣ୍ଡ ପକାଇ ଫେରାର ହେବାକୁ ପ୍ରୟାସ କରିଥିଲା। ମାତ୍ର କର୍ତ୍ତବ୍ୟରତ ବାହାଦୁର ଜେଲ୍ ପ୍ରହରୀ ନିଜ ଜୀବନକୁ ବାଜି ଲଗାଇ ଅତ୍ୟନ୍ତ ସାହସର ସହିତ ମୁକାବିଲା କରିଥିଲେ ଏବଂ କଏଦୀର ଫେରାର ହେବା ଯୋଜନାକୁ ସମ୍ପୂର୍ଣ୍ଣ ପଣ୍ଡ କରିଦେଇଥିଲେ।
ଜେଲ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ
ଏହି ସାହସୀ ଜେଲ୍ ପ୍ରହରୀଙ୍କ ବାହାଦୁରୀ ପ୍ରଶଂସନୀୟ ହୋଇଥିଲେ ହେଁ, ଏହା ଜେଲ୍ ପ୍ରଶାସନର କଡ଼ା ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜେଲ୍ର କଡ଼ା ନଜରଦାରି ଏବଂ ସୁରକ୍ଷା ବଳୟ ଭେଦ କରି ଜଣେ କଏଦୀ ପାଖରେ ଦେଶୀ ବନ୍ଧୁକ (କଟ୍ଟା), ଜୀବନ୍ତ କାଟ୍ରିଜ୍ ଏବଂ ମରିଚ ଗୁଣ୍ଡ କିପରି ପହଞ୍ଚିଲା ? ଯଦି ଏସବୁ ବାହାର ପ୍ରାଚୀର ଉପରୁ ଫିଙ୍ଗାଯାଇଥିଲା, ତେବେ ସୁରକ୍ଷା ବ୍ୟବସ୍ଥା, ପାଟ୍ରୋଲିଂ ଏବଂ CCTV କ୍ୟାମେରାଗୁଡ଼ିକ କେଉଁ କାମରେ ଲାଗିଥିଲା ?
#Raisen
#MadhyaPradesh
#MPPolice
#PrisonSecurity
#CrimeNews
#BreakingNews
#BraveGuard
#UPPolice
#Investigation
#OdishaUpdates
#ViralNews
#followformore
@followers