ଆଜି ମଧ୍ୟାହ୍ନ ୧୨ଟାରେ ଭୋଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପାର୍ବତୀ ଗାଙ୍ଗୁଲିଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଚାରିଛକ ନିଗମା ନନ୍ଦ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଗୋପୀନାଥ କର ମୁଖ୍ୟ ଅତିଥି, ପୂର୍ବତନ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ସୀମାନ୍ତ ଶେଖର ରଥ, ପୂର୍ବତନ ପ୍ରଧାନ ଶିକ୍ଷକ ଗଙ୍ଗାଧର ପତି, କ୍ଲଷ୍ଟର ସଂଯୋଜକ ସୁଶାନ୍ତ କୁମାର ମୁଦୁଲି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଗାଙ୍ଗୁଲିଙ୍କ ଉପରେ ମତବ୍ୟକ୍ତ କରିଥିଲେ।