ଏୟାରଫିଲଡ କପିଳ ପ୍ରସାଦ: କଟକ ଜିଲ୍ଲା ନରସିଂହପୁର କମଳାଡିହ ଗାଁରେ ପାଣି ସମସ୍ୟାର ସମାଧାନ ପାଇଁ ବିଧାୟକଙ୍କୁ ଘେରିଲେ ଶତାଧିକ ଗ୍ରାମବାସୀ
କଟକ ଜିଲ୍ଲା ନରସିଂହପୁର କମଳାଡିହ ଗାଁରେ ପାଣି ସମସ୍ୟାକୁ ନେଇ ସମାଧାନ ପାଇଁ ବିଧାୟକଙ୍କୁ ଗୁରୁବାର ସନ୍ଧ୍ୟା ରେ ଶତାଧିକ ଗ୍ରାମବାସୀ ଘେରାଉ କରିଛନ୍ତି । ଦୀର୍ଘଦିନ ଧରି ସମସ୍ୟା ଥିଲେ ମଧ୍ୟ ଏହାକୁ ସମାଧାନ କରାଯାଉ ନାହି । ବାଧ୍ୟ ହୋଇ ଗ୍ରାମବାସୀ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେବା ସହ ଧାରଣା ଦେଇଥିଲେ। ଏପରିକି ବିଧାୟକ ଙ୍କ ନିର୍ବାଚନ ପ୍ରଚାର କୁ ବିରୋଧ କରାଯାଇଥିଲା । ସନ୍ଧ୍ୟା ରେ ବିଧାୟକ ଘଟଣା ସ୍ଥଳ କୁ ଆସିଥିବା ବେଳେ ଗ୍ରାମବାସୀ ଘେରାଉ କରିଥିଲେ ।