ବରଗଡ: ଗାନ୍ଧୀ ଛକରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କଲେ ଜିଲ୍ଲା କଂଗ୍ରେସ କମିଟି,ଶୁଣନ୍ତୁ ପ୍ରତିକ୍ରିୟା
ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ନାମକରଣ ବଦଳାଇବା,ଯୋଜନାର ରୂପରେଖ ବିକୃତ କରିବା ବିରୋଧରେ ସୋମବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ବରଗଡ଼ ଗାନ୍ଧୀ ଛକରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କଲେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି | ବିଜେପି ସରକାର ରାଜନୈତିକ ସ୍ୱାର୍ଥରୁ ଯୋଜନାର ନାମ ବଦଳାଇ ଥିବା ବେଳେ ଏହାକୁ କଂଗ୍ରେସ କମିଟି ବିରୋଧ କରିଛନ୍ତି | ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ସଭାପତିଙ୍କ ସହ ଅନେକ କଂଗ୍ରେସ କର୍ମୀ ଧାରଣା ପ୍ରଦର୍ଶନ କରିଥିଲେ | ଏହି ଯୋଜନା ଅନ୍ତର୍ଗତ ଲୋକେ କିପରି କାମ ପାଇପାରିବେ ସେନେଇ ସରକାର ଧ୍ୟାନ ଦେବା ଉଚିତ ବୋଲି ଜଣାଇଛନ୍ତି ।