କୋରାପୁଟ ସହର: ମାଛକୁଣ୍ଡ ଥାନା ଗୁମୁଡାପୁଟ ନିକଟରେ ମୁଣ୍ଡ ବିହୀନ ଗଳିତ ମୃତଦେହ ଉଦ୍ଧାର, ନିଖୋଜ ଯୁବ ଇଞ୍ଜିନିଅର ଅନିମେଷ ଦାସ ହୋଇଥିବା କରାଯାଉଛି ଆକଳନ
ଅନିମେଷ ନିଜ ଘର କଲିକତାରୁ ଆସି ଭୁବନେଶ୍ୱର ରେ ରହୁଥିବା ସମ୍ପର୍କୀୟଙ୍କ ସହ ମାଛକୁଣ୍ଡ ଡୁଡୁମା ଜଳ ପ୍ରପାତ ବୁଲିବାକୁ ଆସି ନିଖୋଜ ହୋଇଯାଇଥିଲେ । ଆଜି ସନ୍ଧ୍ୟା ୫ଘଣ୍ଟା ସମୟରେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ତଳ ଭାଗରେ ଥିବା ପ୍ରାୟ ୩ କିଲୋମିଟର ଦୂର ଗୁମୁଡାପୁଟ ନିକଟରେ ଏକ ଗଳିତ ମୃତ ଦେହ ଭାଷୁ ଥିବା ଦେଖିଥିଲେ ଗ୍ରାମବାସି । ମାଛକୁଣ୍ଡ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଥିଲା ଗଳିତ ମୃତ ଦେହରୁ ମୁଣ୍ଡ ନଥିବା ବେଳେ ଡୁଡୁମାରେ ନିଖୋଜ ହୋଇଯାଇଥିବା ଦୁଇ ଯୁବକ ତଥା ଅନିମେଷ ଦାସ ନା ସାଗର କୁଣ୍ଡୁଙ୍କ ମୃତ ଦେହ ଚି଼ହ୍ନଟ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା ।