ପୋଲସରା: କଲେଜ ସାମ୍ନା ନିକଟ ରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପଞ୍ଚକୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ଉଦଜାପନୀ କାର୍ଯ୍ୟକ୍ରମ ରେ ଯୋଗଦେଲେ ପୂର୍ବତନ ମନ୍ତ୍ର
ଗଞ୍ଜାମ ଜିଲ୍ଲା ପୋଲସରା ସହର ସ୍ଥିତ କଲେଜ ସାମ୍ନା ରେ ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଯାଇଛି ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପଞ୍ଚକୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ l ଦୀର୍ଘ ପାଞ୍ଚଦିନ ଧରି ଜାରିରହିଥିବା କାର୍ଯ୍ୟକ୍ରମ ର ଆଜି ଶେଷ ଦିନ ହୋଇଥିବା ବେଳେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ପ୍ରବଚନ ଶ୍ରାବଣ କରିବାର ସ୍ୱଭାଗ୍ୟ ଅର୍ଜନ କରିଥିଲେ l ବହୁ ବିଶିଷ୍ଠ ପ୍ରବଚକ ପ୍ରତ୍ୟେକ ଦିନ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିବା ବେଳେ ଆଜି ଶେଷ ଦିନ କାର୍ଯ୍ୟକ୍ରମ ରେ ପୂର୍ବତନ ପୋଲସରା ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭବେ ଯୋଗଦେଇ ଥିଲେ l