ବରଗଡ: ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଉପଲକ୍ଷେ ବାନ୍ଦୁଟିକ୍ରା ଛକରେ ଅନୁଷ୍ଠିତ ହେଲା ରଙ୍ଗୋଲି କାର୍ଯ୍ୟକ୍ରମ,ଶୁଣନ୍ତୁ ପ୍ରତିକ୍ରିୟା
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ରଙ୍ଗୋଲି କାର୍ଯ୍ୟକ୍ରମ ସ୍ଥାନୀୟ ବାନ୍ଦୁଟିକ୍ରା ଛକ ଠାରେ ସୋମବାର ଦିବା 10 ଘଣ୍ଟା ସମୟରୁ ଆରମ୍ଭ ହୋଇଯାଇଛି | ବରଗଡ଼ ସହର ତଥା ଅନେକ ଅଞ୍ଚଳର ବିଦ୍ୟାଳୟ କଲେଜ ଓ ଟିମ ମାନେ ଅଂଶଗ୍ରହଣ କରି ରଙ୍ଗୋଲି କରିଥିଲେ | ଧନୁଯାତ୍ରାକୁ କିଭଳି ଆହୁରି ଲୋକଙ୍କୁ ଜଣା ଯାଇପାରିବ ସେନେଇ ପ୍ରଚାର ପ୍ରସାର କମିଟି ପକ୍ଷରୁ ଏଭଳି ନିଆରା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି | ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ରଙ୍ଗୋଲି କାର୍ଯ୍ୟକ୍ରମ ଚାଲିଥିବା ବେଳେ ବେଶ ଉତ୍ସାହରେ ରଙ୍ଗୋଲି କାଟିଥିଲେ ଅଂଶଗ୍ରହଣ କରିଥିବା ଦଳ ।