ଗଁଦିଆ ବ୍ଳକ କାବରା ଗ୍ରାମ ଠାରେ ଆଜି ତା ୧୧।୧୨।୨୫ ରିଖ ଅପରାହ୍ନ ୩ ଘଣ୍ଟା ସମୟରେ କାବରା ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ପାତ୍ର ଯୋଗଦେଇ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ଜନସାଧାରଣଙ୍କ ଅଭିଯୋଗ ସମ୍ପର୍କରେ ଆଲୋଚନା କରି ସମାଧାନ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। କାବରା ଗ୍ରାମର ବିଦ୍ୟାଳୟରେ ଶ୍ରେଣୀ ଗୃହ,ଶିକ୍ଷକ ଅଭାବ, ଗ୍ରାମ ଶ୍ମଶାନ ଉନ୍ନତି କରଣ ସମ୍ପର୍କରେ ଦାବି କରିଥିଲେ।