ବଡସାହି: ସଠିଲୋ ସ୍କୁଲରେ ଆୟୋଜିତ ବ୍ଲକସ୍ତରୀୟ ସୁରଭି ମହୋତ୍ସବରେ ଅତିରିକ୍ତ ଜିଲ୍ଲାଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଯୋଗଦାନ
ସଠିଲୋ ସ୍କୁଲ ପରିସରରେ ଶୁକ୍ରବାର ଆୟୋଜିତ ବ୍ଲକସ୍ତରୀୟ ସୁରଭି ମହୋତ୍ସବ ଅପରାହ୍ନ ପାଞ୍ଚଟାରେ ଉଦଯାପିତ ହୋଇଜାଇଛି l ଏହି ଅବସରରେ ବେତନଟୀ ବ୍ଲକ ଅଧୀନ ୧୭କ୍ଳଷ୍ଟରରୁ ଶତାଧିକ କୁନିକୁନି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l କ୍ଳଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମର କୃତୀ ପ୍ରତିଯୋଗୀ ବ୍ଲକ ସ୍ତରକୁ ଉନ୍ନୀତ ହୋଇଥିବା ବେଳେ ବ୍ଲକସ୍ତରରେ ଯୋଗ୍ୟ ପ୍ରତିଯୋଗୀ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି l