ଶନିବାର ଅପରାହ୍ନରେ କଲମପୁର ବ୍ଲକ ପରିସରରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଘଟଣା। ଏକ ବୃଦ୍ଧ ଦମ୍ପତି ନିଜ ତିନି କୋମଳମତି ଅନାଥ ଶିଶୁଙ୍କୁ ନେଇ ସରକାରୀ ସହାୟତା ପାଇଁ ବିଡ଼ିଓଙ୍କ ଦ୍ବାରସ୍ଥ ହେଇଥିଲେ। ପ୍ରଥମେ ବୋହୂ ଏବଂ ପରବର୍ତ୍ତୀ ସମୟରେ ପୁଅ ଆର ପାରିକୁ ଚାଲିଯିବା ପରେ ଏହି ୩ ଅନାଥ ଶିଶୁଙ୍କ ଦାଇତ୍ୱ ବୃଦ୍ଧ ଦମ୍ପତି ଉପରେ। ବୃଦ୍ଧ ଦମ୍ପତି ଏବେ ବୟସର ଅପରାହ୍ନରେ। ତେଣୁ ଏହି ଶିଶୁଙ୍କ ପାଇଁ ସରକାରୀ ସହାୟତା ପାଇଁ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି ଙ୍କ ଦ୍ବାରସ୍ଥ ହେଇଥିଲେ।