ଏକ୍ସପ୍ରେସ ଟ୍ରେନ ରହଣି, ଅମୃତ ଭାରତ ସ୍କିମରେ ଅନ୍ତର୍ଭୁକ୍ତ ଦାବି ନେଇ ବସ୍ତା JMM ପକ୍ଷରୁ ଷ୍ଟେସନ ସମ୍ମୁଖରେ ଧାରଣା. ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବସ୍ତା ଷ୍ଟେସନ କୁ ସଦା ସର୍ବଦା ଅଣଦେଖା କରାଯାଉଥିବା ବେଳେ ଦୀର୍ଘ ବର୍ଷ ଧରି ଦୁଇଟି ଏକ୍ସପ୍ରେସ ଟ୍ରେନ ରହଣି, ଚାରି ନମ୍ବର ପ୍ଲାଟଫର୍ମ ନିର୍ମାଣ, ଫୂଟ ଓଭର ବ୍ରିଜ ନିର୍ମାଣ
ସହିତ ବସ୍ତା ଷ୍ଟେସନକୁ ଅମୃତ ଭାରତ ସ୍କିମରେ ଅନ୍ତର୍ଭୁକ୍ତ କାରିବାକୁ ଦାବି କରି ଆଜି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଦୁଇ ଦିନ ବ୍ୟାପି ଗଣ ଧାରଣା ଦିଆଯାଇଛି। ଏହିସବୁ ଦାବି ନେଇ ରେଳ କର୍ତ୍ତ୍ତୃପକ୍ଷଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ପ୍ରତିକାର ହେଉନାହିଁ। ଏଣୁ ବାଧ୍ୟ ହୋଇ ଜେଏମଏମ ତରଫରୁ ଧାରଣା ଦିଆଯାଇଛି। ଏହା ଫଳରେ ଉତ୍ତେଜନା ପ୍ରକାଶ ପାଇଛି। ଜେଏମଏମ ବାଲେଶ୍ୱର ଜିଲା ସଭାପତି କମଳ ଲୋଚନ ବାରିକ ଙ୍କ ନେତୃତ୍ୱ ରେ ଶତାଧୀକ କର୍ମୀ ଆନ୍ଦୋଳନରେ ଯୋଗ ଦେଇଛନ୍ତି।
Surajtv Subasini Jena Pratap Chandra Sarangi CMO Odisha #JMM