Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

#TheStarsHaveArrived_Rourkela! Internet star Elvish Yadav and Odia cine sensation Prakruti Mishra touched down in Odisha today ahead of the grand MAD X Event. Get ready for an electrifying experience at Indo German Club on 7 June 2026, where fans will get a chance to witness their favorite stars live. The buzz is growing, and the city is all set to welcome one of the biggest youth entertainment events of the season! #Rourkela #ElvishYadav #PrakrutiMishra #MADX2026 #RanchoRoyals #OdishaEvents #YouthCelebration #LiveEvent #TrendingNow #FanMoment

MORE NEWS

ମୁଖ୍ୟମନ୍ତ୍ରୀ ଭାବେ ୨ ବର୍ଷ ପୂରଣ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ ଭାବେ ୨ ବର୍ଷ ପୂରଣ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Raurkela M, Sundargarh | Jun 12, 2026

ଆରଏସପି ସିନିଅର ସିଟିଜେନ୍ ଓ୍ବଲଫେୟାର ଗ୍ରୁପ ର ବୈଠକ ଅନୁଷ୍ଠିତ।୨୨ ଜଣିଆ କୋର୍ କମିଟି ଗଠିତ।

ରାଉରକେଲା-୧ଜୁନ୍ :ରାଉରକେଲା ଇସ୍ପାତ କାରଖାନା ଅବସର ପ୍ରାପ୍ତ ବରିଷ୍ଟ ନାଗରିକ ୱେଲଫର ଗ୍ରୁଫ ର ଏକ ବୈଠକ ଆବାହକ ପ୍ରଭାକରମଲ୍ଲିକ ଙ୍କ ଆହ୍ୱାନରେ ଆଜି ସେକ୍ଟର–୧୬ ଧବେଲଶ୍ୱର ମନ୍ଦିର ପ୍ରାଙ୍ଗଣ ଠାରେ ଏକ ବିଶାଳ ଆଲୋଚନା ଚକ୍ର ଓ ପରିଚାରଣା କମିଟି ଗଠନ ଓ ସଭା ଅନୁଷ୍ଠିତ ହୋଇଯାଇଛି। ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ମନମୁଖୀ ନୀତି ଓ କର୍ମଚାରୀ ବିରୋଧୀ ପଦକ୍ଷେପ ପ୍ରତିବାଦରେ ଏହି ଆଲୋଚନା ଆୟୋଜିତ ହୋଇଥିଲା।ଲାଇସେନ୍ସ ଆଧାରରେ ଅବସରପ୍ରାପ୍ତ କର୍ମଚାରୀମାନେ ନେଇଥିବା କ୍ୱାର୍ଟରର ଏକ୍ସଟେନ୍ସନ୍ ଭଙ୍ଗା ନୋଟିସର ସମ୍ପୂର୍ଣ୍ଣ ପ୍ରତ୍ୟାହାର, ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ୧୮ ମାସିଆ କ୍ୱାର୍ଟର ରିଟେନସନ୍ ସ୍କିମ୍‌ର ପୁନଃ ପ୍ରଚଳନ ଏବଂ କର୍ମରତ କର୍ମଚାରୀଙ୍କ ପାଇଁ ଡବଲ୍ କ୍ୱାର୍ଟର ସ୍କିମ୍‌କୁ ବଳବତ୍ତର ରଖିବା ଦାବିରେ ଅନୁଷ୍ଠିତ ଏହି ସଭା ରେ ଶତାଧିକ ସଂଖ୍ୟାରେ କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ, ବିଭିନ୍ନ ଶ୍ରମିକ ସଂଗଠନ, ସାମାଜିକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେଇ ସମର୍ଥନ ଜଣାଇଥିଲେ।
ସକାଳ ୧୧.୨୦ଘଟିକାରେ ଧବଳେଶ୍ୱର ମହାଦେବ ପାଖରେ ପୂଜାର୍ଚନା କରି ମାନ୍ୟବର ରାଉରକେଲା ବିଧାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ  ଉଦ୍‌ବୋଧନ ଦେଇ ମାନ୍ୟବର ବିଧାୟକ ସାରଦାପ୍ରସାଦ ନାୟକ ଓ ରାଉରକେଲା ଶ୍ରମିକ ସଂଘ ର ସାଧରଣ ସମ୍ପାଧକ ପ୍ରଶାନ୍ତ ବେହେରା ଭାଷଣ ରେ କହିଥିଲେ ଯେ, ଯେଉଁ ଶ୍ରମିକମାନେ ନିଜ ଜୀବନର ଅମୂଲ୍ୟ ସମୟ, ଶ୍ରମ, ଲୁହ ଓ ଲହୁ ଦେଇ ଇସ୍ପାତ କାରଖାନା ଏବଂ ଇସ୍ପାତ ନଗରୀ ଗଢ଼ିଛନ୍ତି, ସେମାନଙ୍କୁ ଅବସର ପରେ ଅଯଥା ହଇରାଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେ ଚେତାବନୀ ଦେଇ କହିଥିଲେ ଯେ, ଦୀର୍ଘ ୨୦ ବର୍ଷ ଧରି କ୍ୱାର୍ଟର ବାବଦରେ ୩୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ଆଦାୟ କରାଯାଇଛି ଏବଂ ମାସିକ ଭଡ଼ା ମଧ୍ୟ ନିଆଯାଉଛି। ତେଣୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବଳପୂର୍ବକ ଉଚ୍ଛେଦ କରିବାର ଯେକୌଣସି ପ୍ରୟାସକୁ ସେ ଦୃଢ଼ ଭାବେ ପ୍ରତିରୋଧ କରିବ। କୌଣସି ପରିସ୍ଥିତିରେ କ୍ୱାର୍ଟର ଏକ୍ସଟେନ୍ସନ୍ ଭଙ୍ଗାଯିବାକୁ ଦିଆଯିବ ନାହିଁ ଏବଂ ଏଥିରୁ ସୃଷ୍ଟି ହେବାକୁ ଥିବା ଯେକୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ଇସ୍ପାତ କର୍ତ୍ତୃପକ୍ଷ ହିଁ ଦାୟୀ ରହିବେ। ସେଥିପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହେବାର ଆବଶ୍ୟକତା ଅଛି। 
ଆଲୋଚନା ଚକ୍ରରେ ରାଉରକେଲାର ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ,ସିଆଇଟିୟୁର  ରତ୍ନାକର ନାୟକ, ସମାଜସେବୀ ପ୍ରଶାନ୍ତ ସେଠୀ,ବିଜେପି ର ଦିଲିପ ପଟନାୟକ,ମନୋରାଜନଂ ମୁନୀ,
କାର୍ଯ୍ୟକ୍ରମ ପରିଚାଳନା ଓ ସଫଳତାରେ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
ଆରଏସପି ସିନିଅର ସିଟିଜେନ୍ ଓ୍ବଲଫେୟାର ଗ୍ରୁପ ର  ସାଧାରଣ ବୈଠକ ଓ ନୂତନ ପରିଚାଳନା

ଆରଏସପି ସିନିଅର ସିଟିଜେନ୍ ଓ୍ବଲଫେୟାର ଗ୍ରୁପ ର ବୈଠକ ଅନୁଷ୍ଠିତ।୨୨ ଜଣିଆ କୋର୍ କମିଟି ଗଠିତ। ରାଉରକେଲା-୧ଜୁନ୍ :ରାଉରକେଲା ଇସ୍ପାତ କାରଖାନା ଅବସର ପ୍ରାପ୍ତ ବରିଷ୍ଟ ନାଗରିକ ୱେଲଫର ଗ୍ରୁଫ ର ଏକ ବୈଠକ ଆବାହକ ପ୍ରଭାକରମଲ୍ଲିକ ଙ୍କ ଆହ୍ୱାନରେ ଆଜି ସେକ୍ଟର–୧୬ ଧବେଲଶ୍ୱର ମନ୍ଦିର ପ୍ରାଙ୍ଗଣ ଠାରେ ଏକ ବିଶାଳ ଆଲୋଚନା ଚକ୍ର ଓ ପରିଚାରଣା କମିଟି ଗଠନ ଓ ସଭା ଅନୁଷ୍ଠିତ ହୋଇଯାଇଛି। ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ମନମୁଖୀ ନୀତି ଓ କର୍ମଚାରୀ ବିରୋଧୀ ପଦକ୍ଷେପ ପ୍ରତିବାଦରେ ଏହି ଆଲୋଚନା ଆୟୋଜିତ ହୋଇଥିଲା।ଲାଇସେନ୍ସ ଆଧାରରେ ଅବସରପ୍ରାପ୍ତ କର୍ମଚାରୀମାନେ ନେଇଥିବା କ୍ୱାର୍ଟରର ଏକ୍ସଟେନ୍ସନ୍ ଭଙ୍ଗା ନୋଟିସର ସମ୍ପୂର୍ଣ୍ଣ ପ୍ରତ୍ୟାହାର, ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ୧୮ ମାସିଆ କ୍ୱାର୍ଟର ରିଟେନସନ୍ ସ୍କିମ୍‌ର ପୁନଃ ପ୍ରଚଳନ ଏବଂ କର୍ମରତ କର୍ମଚାରୀଙ୍କ ପାଇଁ ଡବଲ୍ କ୍ୱାର୍ଟର ସ୍କିମ୍‌କୁ ବଳବତ୍ତର ରଖିବା ଦାବିରେ ଅନୁଷ୍ଠିତ ଏହି ସଭା ରେ ଶତାଧିକ ସଂଖ୍ୟାରେ କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ, ବିଭିନ୍ନ ଶ୍ରମିକ ସଂଗଠନ, ସାମାଜିକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେଇ ସମର୍ଥନ ଜଣାଇଥିଲେ। ସକାଳ ୧୧.୨୦ଘଟିକାରେ ଧବଳେଶ୍ୱର ମହାଦେବ ପାଖରେ ପୂଜାର୍ଚନା କରି ମାନ୍ୟବର ରାଉରକେଲା ବିଧାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ ମାନ୍ୟବର ବିଧାୟକ ସାରଦାପ୍ରସାଦ ନାୟକ ଓ ରାଉରକେଲା ଶ୍ରମିକ ସଂଘ ର ସାଧରଣ ସମ୍ପାଧକ ପ୍ରଶାନ୍ତ ବେହେରା ଭାଷଣ ରେ କହିଥିଲେ ଯେ, ଯେଉଁ ଶ୍ରମିକମାନେ ନିଜ ଜୀବନର ଅମୂଲ୍ୟ ସମୟ, ଶ୍ରମ, ଲୁହ ଓ ଲହୁ ଦେଇ ଇସ୍ପାତ କାରଖାନା ଏବଂ ଇସ୍ପାତ ନଗରୀ ଗଢ଼ିଛନ୍ତି, ସେମାନଙ୍କୁ ଅବସର ପରେ ଅଯଥା ହଇରାଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେ ଚେତାବନୀ ଦେଇ କହିଥିଲେ ଯେ, ଦୀର୍ଘ ୨୦ ବର୍ଷ ଧରି କ୍ୱାର୍ଟର ବାବଦରେ ୩୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ଆଦାୟ କରାଯାଇଛି ଏବଂ ମାସିକ ଭଡ଼ା ମଧ୍ୟ ନିଆଯାଉଛି। ତେଣୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବଳପୂର୍ବକ ଉଚ୍ଛେଦ କରିବାର ଯେକୌଣସି ପ୍ରୟାସକୁ ସେ ଦୃଢ଼ ଭାବେ ପ୍ରତିରୋଧ କରିବ। କୌଣସି ପରିସ୍ଥିତିରେ କ୍ୱାର୍ଟର ଏକ୍ସଟେନ୍ସନ୍ ଭଙ୍ଗାଯିବାକୁ ଦିଆଯିବ ନାହିଁ ଏବଂ ଏଥିରୁ ସୃଷ୍ଟି ହେବାକୁ ଥିବା ଯେକୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ଇସ୍ପାତ କର୍ତ୍ତୃପକ୍ଷ ହିଁ ଦାୟୀ ରହିବେ। ସେଥିପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହେବାର ଆବଶ୍ୟକତା ଅଛି। ଆଲୋଚନା ଚକ୍ରରେ ରାଉରକେଲାର ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ,ସିଆଇଟିୟୁର ରତ୍ନାକର ନାୟକ, ସମାଜସେବୀ ପ୍ରଶାନ୍ତ ସେଠୀ,ବିଜେପି ର ଦିଲିପ ପଟନାୟକ,ମନୋରାଜନଂ ମୁନୀ, କାର୍ଯ୍ୟକ୍ରମ ପରିଚାଳନା ଓ ସଫଳତାରେ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଆରଏସପି ସିନିଅର ସିଟିଜେନ୍ ଓ୍ବଲଫେୟାର ଗ୍ରୁପ ର ସାଧାରଣ ବୈଠକ ଓ ନୂତନ ପରିଚାଳନା

Raurkela M, Sundargarh | Jun 12, 2026

ମୋର ପ୍ରିୟ ଓଡ଼ିଶାବାସୀ, 
୧୨ ଜୁନ୍ ୨୦୨୪, ଆଜିକୁ ଠିକ୍ ଦୁଇ ବର୍ଷ ପୂର୍ବେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଏବଂ ଆପଣମାନଙ୍କ ଆଶୀର୍ବାଦ ଓ ଅତୁଟ ଭରସାକୁ ପାଥେୟ କରି ରାଜ୍ୟରେ ଏକ ନୂତନ ସୁଶାସନ ଯୁଗର ଶୁଭାରମ୍ଭ ହୋଇଥିଲା। ଏହି ମାଟିର ପୁଅ ଭାବେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ମାର୍ଗଦର୍ଶନରେ ଆପଣମାନଙ୍କ ସେବା କରିବାର ପବିତ୍ର ଦାୟିତ୍ୱ ମୋତେ ମିଳିଥିଲା।

ଜଣେ ସ୍ୱୟଂସେବକର ସମର୍ପିତ ମନ ନେଇ, ଶିକ୍ଷକତାରୁ ସରପଞ୍ଚ ଏବଂ ପରବର୍ତ୍ତୀ ସମୟରେ ବିଧାୟକ ଭାବେ ଲୋକଙ୍କ ସୁଖଦୁଃଖର ସାଥୀ ହେବାର ଯେଉଁ ଯାତ୍ରା ମୁଁ ଆରମ୍ଭ କରିଥିଲି, ଆଜି ରାଜ୍ୟର ସର୍ବୋଚ୍ଚ ଦାୟିତ୍ୱରେ ରହି ମଧ୍ୟ ସେହି ସେବାଭାବକୁ ଅବିଚଳ ରଖିଛି। ଆପଣମାନଙ୍କ ନିଷ୍କପଟ ଭଲପାଇବା ଓ ଆଶୀର୍ବାଦ ହିଁ ମୋର ପ୍ରକୃତ ଶକ୍ତି। ମୁଁ ଆପଣମାନଙ୍କ ଭିତରୁ ଜଣେ;  ଆପଣଙ୍କ ଭାଇ, ଆପଣଙ୍କ ପୁଅ, ଆପଣଙ୍କ ମୋହନ। ମୋ ପାଇଁ ଏହି ମୁଖ୍ୟମନ୍ତ୍ରୀ ପଦବୀ କ୍ଷମତାର ଚୌକି ନୁହେଁ, ବରଂ ଜନସେବାର ଏକ ପବିତ୍ର ମାଧ୍ୟମ। 

ବିଗତ ଦୁଇ ବର୍ଷ ମଧ୍ୟରେ ଆମର ଏହି ‘ଲୋକଙ୍କ ସରକାର’ କେବଳ ଶାସନ ପରିଚାଳନା କରିନାହିଁ, ବରଂ ସେବା, ସମର୍ପଣ ଓ ସୁଶାସନ ବଳରେ ପ୍ରତ୍ୟେକ ଓଡ଼ିଆଙ୍କ ବିଶ୍ୱାସ ଭାଜନ ହୋଇପାରିଛି। ଗାଁରୁ ସହର, କ୍ଷେତରୁ ଶିଳ୍ପ, ଶିକ୍ଷାରୁ ସ୍ୱାସ୍ଥ୍ୟ;  ପ୍ରତ୍ୟେକ କ୍ଷେତ୍ରରେ ଆଜି ବିକାଶର ଯେଉଁ ନୂତନ ଧାରା ପ୍ରବାହିତ ହେଉଛି, ତାହା ପଛରେ ରହିଛି ଆପଣମାନଙ୍କ ଅମୂଲ୍ୟ ଆଶୀର୍ବାଦ ଓ ସହଯୋଗ। ଏହି ଦୁଇ ବର୍ଷର ଯାତ୍ରା କେବଳ ସମୟର ହିସାବ ନୁହେଁ; ଏହା ସେବା, ସମର୍ପଣ ଓ ସମୃଦ୍ଧ ଓଡ଼ିଶା ଗଠନର ଏକ ସଙ୍କଳ୍ପବଦ୍ଧ ଯଜ୍ଞ। ମୋର ସ୍ୱପ୍ନ ହେଉଛି ଏକ ସମୃଦ୍ଧ, ସଶକ୍ତ ଏବଂ ବିକଶିତ ଓଡ଼ିଶା ଗଠନ କରିବା। ଏହି ସ୍ୱପ୍ନ କେବଳ ମୋର ନୁହେଁ, ଏହା ସାଢ଼େ ଚାରି କୋଟି ଓଡ଼ିଆଙ୍କ ସାମୂହିକ ସଂକଳ୍ପ।

ଆସନ୍ତୁ, ଉତ୍କଳ ଜନନୀଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରି, ସମୂହ ପ୍ରୟାସ ମାଧ୍ୟମରେ ବିକାଶର ଏହି ଧାରାକୁ ଆହୁରି ତ୍ୱରାନ୍ୱିତ କରିବା। ମୋ ଜୀବନର ପ୍ରତିଟି କ୍ଷଣ ଏହି ପବିତ୍ର ମାଟିର ସେବା ପାଇଁ ସମର୍ପିତ ରହିଛି ଏବଂ ସଦାସର୍ବଦା ରହିବ। ଆପଣମାନଙ୍କ ଅକୁଣ୍ଠ ଭଲପାଇବା ଏବଂ ଭରସା ହିଁ ଏହି ବିକାଶ ଯାତ୍ରାରେ ମୋର ଏକମାତ୍ର ସମ୍ବଳ। ଆପଣମାନେ ହିଁ ଏହି ଅବିରତ ସେବା ଯଜ୍ଞର ପ୍ରକୃତ ନାୟକ।

ଧନ୍ୟବାଦ।
ଜୟ ଜଗନ୍ନାଥ।
ଜୟ ମା' ସମଲେଶ୍ବରୀ ।
ବନ୍ଦେ ଉତ୍କଳ ଜନନୀ। 🙏

ମୋର ପ୍ରିୟ ଓଡ଼ିଶାବାସୀ, ୧୨ ଜୁନ୍ ୨୦୨୪, ଆଜିକୁ ଠିକ୍ ଦୁଇ ବର୍ଷ ପୂର୍ବେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଏବଂ ଆପଣମାନଙ୍କ ଆଶୀର୍ବାଦ ଓ ଅତୁଟ ଭରସାକୁ ପାଥେୟ କରି ରାଜ୍ୟରେ ଏକ ନୂତନ ସୁଶାସନ ଯୁଗର ଶୁଭାରମ୍ଭ ହୋଇଥିଲା। ଏହି ମାଟିର ପୁଅ ଭାବେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ମାର୍ଗଦର୍ଶନରେ ଆପଣମାନଙ୍କ ସେବା କରିବାର ପବିତ୍ର ଦାୟିତ୍ୱ ମୋତେ ମିଳିଥିଲା। ଜଣେ ସ୍ୱୟଂସେବକର ସମର୍ପିତ ମନ ନେଇ, ଶିକ୍ଷକତାରୁ ସରପଞ୍ଚ ଏବଂ ପରବର୍ତ୍ତୀ ସମୟରେ ବିଧାୟକ ଭାବେ ଲୋକଙ୍କ ସୁଖଦୁଃଖର ସାଥୀ ହେବାର ଯେଉଁ ଯାତ୍ରା ମୁଁ ଆରମ୍ଭ କରିଥିଲି, ଆଜି ରାଜ୍ୟର ସର୍ବୋଚ୍ଚ ଦାୟିତ୍ୱରେ ରହି ମଧ୍ୟ ସେହି ସେବାଭାବକୁ ଅବିଚଳ ରଖିଛି। ଆପଣମାନଙ୍କ ନିଷ୍କପଟ ଭଲପାଇବା ଓ ଆଶୀର୍ବାଦ ହିଁ ମୋର ପ୍ରକୃତ ଶକ୍ତି। ମୁଁ ଆପଣମାନଙ୍କ ଭିତରୁ ଜଣେ; ଆପଣଙ୍କ ଭାଇ, ଆପଣଙ୍କ ପୁଅ, ଆପଣଙ୍କ ମୋହନ। ମୋ ପାଇଁ ଏହି ମୁଖ୍ୟମନ୍ତ୍ରୀ ପଦବୀ କ୍ଷମତାର ଚୌକି ନୁହେଁ, ବରଂ ଜନସେବାର ଏକ ପବିତ୍ର ମାଧ୍ୟମ। ବିଗତ ଦୁଇ ବର୍ଷ ମଧ୍ୟରେ ଆମର ଏହି ‘ଲୋକଙ୍କ ସରକାର’ କେବଳ ଶାସନ ପରିଚାଳନା କରିନାହିଁ, ବରଂ ସେବା, ସମର୍ପଣ ଓ ସୁଶାସନ ବଳରେ ପ୍ରତ୍ୟେକ ଓଡ଼ିଆଙ୍କ ବିଶ୍ୱାସ ଭାଜନ ହୋଇପାରିଛି। ଗାଁରୁ ସହର, କ୍ଷେତରୁ ଶିଳ୍ପ, ଶିକ୍ଷାରୁ ସ୍ୱାସ୍ଥ୍ୟ; ପ୍ରତ୍ୟେକ କ୍ଷେତ୍ରରେ ଆଜି ବିକାଶର ଯେଉଁ ନୂତନ ଧାରା ପ୍ରବାହିତ ହେଉଛି, ତାହା ପଛରେ ରହିଛି ଆପଣମାନଙ୍କ ଅମୂଲ୍ୟ ଆଶୀର୍ବାଦ ଓ ସହଯୋଗ। ଏହି ଦୁଇ ବର୍ଷର ଯାତ୍ରା କେବଳ ସମୟର ହିସାବ ନୁହେଁ; ଏହା ସେବା, ସମର୍ପଣ ଓ ସମୃଦ୍ଧ ଓଡ଼ିଶା ଗଠନର ଏକ ସଙ୍କଳ୍ପବଦ୍ଧ ଯଜ୍ଞ। ମୋର ସ୍ୱପ୍ନ ହେଉଛି ଏକ ସମୃଦ୍ଧ, ସଶକ୍ତ ଏବଂ ବିକଶିତ ଓଡ଼ିଶା ଗଠନ କରିବା। ଏହି ସ୍ୱପ୍ନ କେବଳ ମୋର ନୁହେଁ, ଏହା ସାଢ଼େ ଚାରି କୋଟି ଓଡ଼ିଆଙ୍କ ସାମୂହିକ ସଂକଳ୍ପ। ଆସନ୍ତୁ, ଉତ୍କଳ ଜନନୀଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରି, ସମୂହ ପ୍ରୟାସ ମାଧ୍ୟମରେ ବିକାଶର ଏହି ଧାରାକୁ ଆହୁରି ତ୍ୱରାନ୍ୱିତ କରିବା। ମୋ ଜୀବନର ପ୍ରତିଟି କ୍ଷଣ ଏହି ପବିତ୍ର ମାଟିର ସେବା ପାଇଁ ସମର୍ପିତ ରହିଛି ଏବଂ ସଦାସର୍ବଦା ରହିବ। ଆପଣମାନଙ୍କ ଅକୁଣ୍ଠ ଭଲପାଇବା ଏବଂ ଭରସା ହିଁ ଏହି ବିକାଶ ଯାତ୍ରାରେ ମୋର ଏକମାତ୍ର ସମ୍ବଳ। ଆପଣମାନେ ହିଁ ଏହି ଅବିରତ ସେବା ଯଜ୍ଞର ପ୍ରକୃତ ନାୟକ। ଧନ୍ୟବାଦ। ଜୟ ଜଗନ୍ନାଥ। ଜୟ ମା' ସମଲେଶ୍ବରୀ । ବନ୍ଦେ ଉତ୍କଳ ଜନନୀ। 🙏

Raurkela M, Sundargarh | Jun 12, 2026