ଆରଏସପି ସିନିଅର ସିଟିଜେନ୍ ଓ୍ବଲଫେୟାର ଗ୍ରୁପ ର ବୈଠକ ଅନୁଷ୍ଠିତ।୨୨ ଜଣିଆ କୋର୍ କମିଟି ଗଠିତ।
ରାଉରକେଲା-୧ଜୁନ୍ :ରାଉରକେଲା ଇସ୍ପାତ କାରଖାନା ଅବସର ପ୍ରାପ୍ତ ବରିଷ୍ଟ ନାଗରିକ ୱେଲଫର ଗ୍ରୁଫ ର ଏକ ବୈଠକ ଆବାହକ ପ୍ରଭାକରମଲ୍ଲିକ ଙ୍କ ଆହ୍ୱାନରେ ଆଜି ସେକ୍ଟର–୧୬ ଧବେଲଶ୍ୱର ମନ୍ଦିର ପ୍ରାଙ୍ଗଣ ଠାରେ ଏକ ବିଶାଳ ଆଲୋଚନା ଚକ୍ର ଓ ପରିଚାରଣା କମିଟି ଗଠନ ଓ ସଭା ଅନୁଷ୍ଠିତ ହୋଇଯାଇଛି। ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ମନମୁଖୀ ନୀତି ଓ କର୍ମଚାରୀ ବିରୋଧୀ ପଦକ୍ଷେପ ପ୍ରତିବାଦରେ ଏହି ଆଲୋଚନା ଆୟୋଜିତ ହୋଇଥିଲା।ଲାଇସେନ୍ସ ଆଧାରରେ ଅବସରପ୍ରାପ୍ତ କର୍ମଚାରୀମାନେ ନେଇଥିବା କ୍ୱାର୍ଟରର ଏକ୍ସଟେନ୍ସନ୍ ଭଙ୍ଗା ନୋଟିସର ସମ୍ପୂର୍ଣ୍ଣ ପ୍ରତ୍ୟାହାର, ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ୧୮ ମାସିଆ କ୍ୱାର୍ଟର ରିଟେନସନ୍ ସ୍କିମ୍ର ପୁନଃ ପ୍ରଚଳନ ଏବଂ କର୍ମରତ କର୍ମଚାରୀଙ୍କ ପାଇଁ ଡବଲ୍ କ୍ୱାର୍ଟର ସ୍କିମ୍କୁ ବଳବତ୍ତର ରଖିବା ଦାବିରେ ଅନୁଷ୍ଠିତ ଏହି ସଭା ରେ ଶତାଧିକ ସଂଖ୍ୟାରେ କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ, ବିଭିନ୍ନ ଶ୍ରମିକ ସଂଗଠନ, ସାମାଜିକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେଇ ସମର୍ଥନ ଜଣାଇଥିଲେ।
ସକାଳ ୧୧.୨୦ଘଟିକାରେ ଧବଳେଶ୍ୱର ମହାଦେବ ପାଖରେ ପୂଜାର୍ଚନା କରି ମାନ୍ୟବର ରାଉରକେଲା ବିଧାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ଉଦ୍ବୋଧନ ଦେଇ ମାନ୍ୟବର ବିଧାୟକ ସାରଦାପ୍ରସାଦ ନାୟକ ଓ ରାଉରକେଲା ଶ୍ରମିକ ସଂଘ ର ସାଧରଣ ସମ୍ପାଧକ ପ୍ରଶାନ୍ତ ବେହେରା ଭାଷଣ ରେ କହିଥିଲେ ଯେ, ଯେଉଁ ଶ୍ରମିକମାନେ ନିଜ ଜୀବନର ଅମୂଲ୍ୟ ସମୟ, ଶ୍ରମ, ଲୁହ ଓ ଲହୁ ଦେଇ ଇସ୍ପାତ କାରଖାନା ଏବଂ ଇସ୍ପାତ ନଗରୀ ଗଢ଼ିଛନ୍ତି, ସେମାନଙ୍କୁ ଅବସର ପରେ ଅଯଥା ହଇରାଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେ ଚେତାବନୀ ଦେଇ କହିଥିଲେ ଯେ, ଦୀର୍ଘ ୨୦ ବର୍ଷ ଧରି କ୍ୱାର୍ଟର ବାବଦରେ ୩୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ଆଦାୟ କରାଯାଇଛି ଏବଂ ମାସିକ ଭଡ଼ା ମଧ୍ୟ ନିଆଯାଉଛି। ତେଣୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବଳପୂର୍ବକ ଉଚ୍ଛେଦ କରିବାର ଯେକୌଣସି ପ୍ରୟାସକୁ ସେ ଦୃଢ଼ ଭାବେ ପ୍ରତିରୋଧ କରିବ। କୌଣସି ପରିସ୍ଥିତିରେ କ୍ୱାର୍ଟର ଏକ୍ସଟେନ୍ସନ୍ ଭଙ୍ଗାଯିବାକୁ ଦିଆଯିବ ନାହିଁ ଏବଂ ଏଥିରୁ ସୃଷ୍ଟି ହେବାକୁ ଥିବା ଯେକୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ଇସ୍ପାତ କର୍ତ୍ତୃପକ୍ଷ ହିଁ ଦାୟୀ ରହିବେ। ସେଥିପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହେବାର ଆବଶ୍ୟକତା ଅଛି।
ଆଲୋଚନା ଚକ୍ରରେ ରାଉରକେଲାର ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ,ସିଆଇଟିୟୁର ରତ୍ନାକର ନାୟକ, ସମାଜସେବୀ ପ୍ରଶାନ୍ତ ସେଠୀ,ବିଜେପି ର ଦିଲିପ ପଟନାୟକ,ମନୋରାଜନଂ ମୁନୀ,
କାର୍ଯ୍ୟକ୍ରମ ପରିଚାଳନା ଓ ସଫଳତାରେ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
ଆରଏସପି ସିନିଅର ସିଟିଜେନ୍ ଓ୍ବଲଫେୟାର ଗ୍ରୁପ ର ସାଧାରଣ ବୈଠକ ଓ ନୂତନ ପରିଚାଳନା
Raurkela M, Sundargarh | Jun 12, 2026