କଟକ ରୁ ଅବକାରୀ କମିଶନର କାର୍ଯ୍ୟାଳୟ ସ୍ଥାନନ୍ତର ହେବ ନାହିଁ। ଏନେଇ କମିଶନର ନରସିଂହ ଭୋଳଙ୍କ ସୂଚନା ଦେଇଥିବା ମଙ୍ଗଳବାର ଅପରାହ୍ନ ରେ କଟକ ବାରବାଟି ବିଧାୟିକା ସୋଫିଆ ଫିର୍ଦୋସ ସୂଚନା ଦେଇଛନ୍ତି । କଟକରେ ରହିବ ଅବକାରୀ କମିଶନର ଅଫିସ । କଟକରେ ସ୍ଥାନ ଅଭାବରୁ କେବଳ ଲ୍ୟାବ ଭୁବନେଶ୍ୱର ଆସିଥିଲା । ତେଣୁ ଏହି କାର୍ଯ୍ୟାଳୟ କଟକ ରେ ରହିବ ବୋଲି ସେ କହିଛନ୍ତି।