ବରଗଡ: 11 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘ,ଶୁଣନ୍ତୁ ପ୍ରତିକ୍ରିୟା
11 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ | ସୋମବାର ଅପରାହ୍ନ ୩ ଘଣ୍ଟା ସମୟରେ ଏକ ରାଲିରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କଲେ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘର ସଦସ୍ୟା | ଦରମା ବୃଦ୍ଧି,ମୋବାଇଲ ଯୋଗାଇବା, ଅଣ୍ଡା ଦର ବୃଦ୍ଧି ପାଇଥିବା ବେଳେ କମ ଟଙ୍କା ପ୍ରଦାନ କରାଯାଉଛି ଯାହାକୁ ନେଇ ଅଣ୍ଡା ପାଇଁ ଟଙ୍କା ବୃଦ୍ଧି ଦାବି କରାଯାଇଛି | ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।