#ମୃତ ମହିଳାଙ୍କ ପରିବାରକୁ ଭେଟିବା ସହ ଗାଁର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଲେ ବିଜେଡି ଜିଲ୍ଲା ସଭାପତି ଡାକ୍ତର ଦେବାଶିଷ ମାର୍ଣ୍ଡି.....
ସାରସକଣା ବ୍ଲକ ଜାଲଦା ପଞ୍ଚାୟତର ପୁନାଶିଆ ଗ୍ରାମରେ ଘରର କାନ୍ଥ ପଡି ମୃତ୍ୟବରଣ କରିଥିବା ମହିଳାଙ୍କ ପରିବାରକୁ ବିଜୁ ଜନତା ଦଳ ଜିଲ୍ଲା ସଭାପତି ଡାକ୍ତର ଦେବାଶିଷ ମାର୍ଣ୍ଡି, ଏବଂ ବ୍ଲକ ସଭାପତି ମଣିଶଙ୍କର ବାରିକ ଭେଟି ସକସନ୍ତପ ପରିବାରବର୍ଗଙ୍କୁ ଶାନ୍ତନା ଦେବା ସହିତ କିଛି ଅର୍ଥ ରାଶି ସହାୟତା ପ୍ରଦାନ କରିଥିଲେ ଏବଂ ଯଥାଶୀଘ୍ର ସରକାରୀ ଅନୁଦାନ ପ୍ରଦାନ କରିବା ପାଇଁ ଫୋନ ଯୋଗେ ତହସିଲଦାର ଙ୍କ ସହିତ କଥା ହୋଇଥିଲେ।ଖାଲି ସେତିକି ନୁହେଁ ଶ୍ରୀ ମାର୍ଣ୍ଡି ଉକ୍ତ ଗ୍ରାମର ଆଉ କିଛି ପରିବାରଙ୍କୁ ଭେଟି ଗ୍ରାମର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ଖୁବ ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମ ସମୟରେ ଶ୍ରୀ ମାର୍ଣ୍ଡିଙ୍କ ସହିତ ବରିଷ୍ଠ ନେତା ଅଜୟ ମଣ୍ଡଳ, ରାଜ୍ୟ ସମ୍ପାଦକ ଦୀପକ ମଢୁଆଳ,ରାଧାକାନ୍ତ ବେରା,ମାନସ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।।।।
#Mayurbhanj