#ଦାମୋଦରପୁର_ଗାଁରେ_ଥିବା_ଦାମୋଦରକ୍ଷେତ୍ରରେ_ଶ୍ରୀ_ଜଗନ୍ନାଥ_ମହାପ୍ରଭୁଙ୍କର_ପବିତ୍ର_ରଥଯାତ୍ରା
ଯାଜପୁର ଜିଲା ଦଶରଥପୁର ବ୍ଲକ ଅନ୍ତର୍ଗତ କନିକାପଡା ପଂଚାୟତ ଦାମୋଦରପୁର ଗ୍ରାମରେ ଥିବା ଦାମୋଦରକ୍ଷେତ୍ରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ରଥଯାତ୍ରା ବେଶ ଶାନ୍ତି ଶୃଙ୍ଖଳା ସହିତ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ସେବା ସମିତି ଆନୁକୁଲ୍ୟରେ ଆୟୋଜିତ ଏହି ରଥ ଯାତ୍ରାରେ ମନ୍ଦିର ବୋର୍ଡ ର ସଭାପତି ଜଗଦୀଶ ଶଙ୍କର ସାହୁ ରଥ ଦାଣ୍ଡରେ ଝାଡ଼ୁ ଧରି ଛେରାପହଁରା କରିଥିଲେ । ମୁଖ୍ୟ ପୂଜକ ଚକ୍ରଧର ସାହୁଙ୍କ ତତ୍ୱବଧାନରେ ସହଯୋଗୀମାନେ ସକାଳୁ ପୂଜା କାର୍ଯ୍ୟ ଆରମ୍ଭ କରିଥିଲେ । ଶ୍ରୀ ଜୀଉଙ୍କୁ ପହଣ୍ଡି କରି ପାରମ୍ପରିକ ପୂଜାର୍ଚ୍ଚନା ପରେ ଅପରାହ୍ନରେ ରଥାରୁଢ଼ କରାଯାଇ ରଥଟଣା କାର୍ଯ୍ୟ କରାଯାଇଥିଲା । ସୁପ୍ରସିଦ୍ଧ ଘଣ୍ଟୁଆ ସଂଘ ଓ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ସଂକୀର୍ତ୍ତନ ପରିବେଷଣ କରାଯାଇ ରଥଟଣା କାର୍ଯ୍ୟ ସମ୍ପାଦନ କରାଯାଇ ଗୁଣ୍ଡିଚାନଗର ସ୍ଥିତ ମାଉସୀମା ମନ୍ଦିରରେ ପହଞ୍ଚିଥିଲା । ଏହି ରଥଯାତ୍ରାରେ ଆଖପାଖ ୬ ଗୋଟି ଗ୍ରାମର ଶହ ଶହ ସଂଖ୍ୟକ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହିତ ନୈବେଦ୍ୟ ଅର୍ପଣ କରିଥିଲେ । ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ସମ୍ପାଦନ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି ରଥଯାତ୍ରା ପାଇଁ ଗ୍ରାମରେ ଆମିଷ ନିଷେଧ ଥିବା ବେଳେ ରଥଯାତ୍ରା ପରିଚାଳନା ରେ ଶ୍ରୀଜଗନ୍ନାଥ ସେବା ସମିତିର ସୂର୍ଯ୍ୟନାରାୟଣ ଶତପଥି, ଲଷ୍ମୀଧର ପାଢ଼ୀ, ଦୁର୍ଗାଚରଣ ସାମଲଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।
#lntvnetwork #JajpurNews #jajpurkhabar #Aeiodisha #rathyatra