କୋରାପୁଟରେ ବିଦେଶୀ ଅତିଥି : କୋଲାବ ଜଳଭଣ୍ଡାରରୁ ୪ ଫୁଟିଆ ବିଦେଶୀ ଫ୍ଲେମିଙ୍ଗୋ ଉଦ୍ଧାର
କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଚାରାଗୁଡ଼ା ଗାଁ ନିକଟସ୍ଥ କୋଲାବ ଜଳଭଣ୍ଡାରରୁ ଉଦ୍ଧାର ହୋଇଛି ଏକ ୪ ଫୁଟ ଲମ୍ବର ବିଦେଶୀ ଫ୍ଲେମିଙ୍ଗୋ ପକ୍ଷୀ
ପକ୍ଷୀଟି ଉଡ଼ି ପାରୁନଥିବା ଅବସ୍ଥାରେ ଜଳଭଣ୍ଡାରରେ ଥିବା ଦେଖି ଜଣେ ଶିଶୁ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପରେ ଗ୍ରାମବାସୀ ଡଙ୍ଗା ସାହାଯ୍ୟରେ ପକ୍ଷୀଟିକୁ ଉଦ୍ଧାର କରିଥିଲେ।
ଖବର ପାଇ ବନ ବିଭାଗ ପକ୍ଷୀଟିକୁ ନିଜ ହେପାଜତକୁ ନେଇଛି। ପଶୁ ଡାକ୍ତରଙ୍କ ଦ୍ୱାରା ଏହାର ଚିକିତ୍ସା ମଧ୍ୟ ଆରମ୍ଭ ହୋଇଛି।
ତେବେ ଏହି ବିଦେଶୀ ଫ୍ଲେମିଙ୍ଗୋ କେଉଁଠୁ ଏବଂ କିପରି କୋଲାବ ଜଳଭଣ୍ଡାରକୁ ଆସିଲା, ତାହାକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା।
ଅସହାୟ ପକ୍ଷୀଟିର ଜୀବନ ରକ୍ଷାରେ ସହଯୋଗ କରିଥିବା ଶିଶୁ ଓ ଗ୍ରାମବାସୀଙ୍କ ଉଦ୍ୟମ ପ୍ରଶଂସନୀୟ।
📍 ଚାରାଗୁଡ଼ା, ଲମତାପୁଟ | କୋରାପୁଟ
#Koraput #Lamtaput #KolabReservoir #Flamingo #WildlifeRescue #OdishaNews #National24