
#ବିଦ୍ୟାଳୟ_ପରିଚାଳନା_କମିଟିକୁ_ନେଇ_ଅଜବ_ସ୍ଥିତି
#SMCElection
#SMCPresident
#SMCVicePresident
#SamareswraGovtHighSchool
#AshutoshParida
#SunitaJena
#AustinNews
#OdishaNews
ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚୟନକୁ ନେଇ ଦେଖା ଦେଇଛି ଅଜବ ସ୍ଥିତି।ଏଭଳି ସମସ୍ୟା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ସାଉଡିଆ ସ୍ଥିତ ସମରେଶ୍ଵେର ସରକାରୀ ଉଚ୍ଚ ବିଦ୍ୟାଳୟରେ ।
ବିଦ୍ୟାଳୟରେ ପରିଚାଳନା କମିଟିର ଗଠନ ପାଇଁ ୧୩ ଜୁଲାଇ ୨୬ ରିଖରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅଧକ୍ଷତାରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ଉପସ୍ଥିତି ଥିଲେ,ସେମାନଙ୍କ ମଧ୍ୟରୁ ସ୍କୁଲ-ମ୍ୟାନେଜିଙ୍ଗ କମିଟିର ପନ୍ଦର ଜଣିଆ ସଭ୍ୟସଭ୍ୟା ସ୍ଥିର ହୋଇଥିଲା।
ଏହାର ଛଅ ଦିନ ପରେ ୧୯ ଜୁଲାଇ ୨୦୨୬ ରିଖରେ ଉକ୍ତ ବିଦ୍ୟାଳୟରେ ବିଦ୍ୟାଳୟ ନିର୍ବାଚନ ପାଇଁ ଭୋଟ ପଡ଼ିଥିବା ବେଳେ ସଭାପତି ଭାବରେ ଆଶୁତୋଷ ପରିଡା ଓ ଉପ-ସଭାପତି ଭାବରେ ସୁନୀତା ଜେନା ମନୋନୀତ ହୋଇଥିଲେ।
ବିଦ୍ୟାଳୟ ପଞ୍ଚସଖା ସେତୁ କମିଟିର ସଭାପତି ତୁଷାରକାନ୍ତ ଜେନା ଓ ପଞ୍ଚାୟତ ସରପଞ୍ଚ ଜଗନ୍ନାଥ ଖଣ୍ଡାଇ ଓ ବିଦ୍ୟାଳୟ ପ୍ରଧାନଶିକ୍ଷକ ବସନ୍ତ କୁମାର ପ୍ରଧାନ ପୁଷ୍ପ ଗଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।ଗୋଟିଏ ମାସ ପରେ ପୁନଃ ନିର୍ବାଚନ ହେଉଛି ବୋଲି ଜାଣିବାକୁ ମିଳିଛି।
ତେବେ କେଉଁ ନିୟମ ଅନୁଯାୟୀ ହେଉଛି ତାହାକୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ,ବିଦ୍ୟାଳୟ ପରିଚାଳନା କମିଟି ଚୟନକୁ ନେଇ ରାଜନୀତି କରାଯାଉଛି ବୋଲି ସ୍ପଷ୍ଟ ବାରି ହେଇପଡୁଛି। ଆଜିର ନିର୍ବାଚନ ପ୍ରକ୍ରିୟାରେ ପ୍ରଧାନ ଶିକ୍ଷକ ଉପସ୍ଥିତି ଥିଲେ ମଧ୍ୟ ନିର୍ବାଚନ କରିବା ଦାୟିତ୍ବ ତାଙ୍କର ନୁହଁ ବୋଲି ସୂଚନା ଦେଇଥିବା ବେଳେ କାହିଁକି ପୁନଃ ନିର୍ବାଚନ ହେଉଛି ସେ ଦିଗରେ ସେ ଅବଗତ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।ହେଲେ ପଞ୍ଚାୟତ ସରପଞ୍ଚ ପଞ୍ଚସଖା ସେତୁ କମିଟିର ସଭାପତି ପ୍ରଧାନଶିକ୍ଷକଙ୍କ ଅନୁମୋଦନ ପରେ କିଏ କରୁଛି ରାଜନୀତି ତାହାକୁ ନେଇ ଉଠିଛି ପ୍ରଶ୍ନ ?