
SMS News Bureau Rourkela
ଆଇଏଫଜିଏଲ ରିଫ୍ରାଟୋରିଜ ଲିମିଟେଡ ରେ ବୋନସ ଚୁକ୍ତିନାମ ସ୍ୱାକ୍ଷରିତ।
କଲୁଙ୍ଗା, ଆଜି କଲୁଙ୍ଗା ଶିଳ୍ପାଞ୍ଚଳ ସ୍ଥିତ ଆଇଏଫଜିଏଲ ରିଫ୍ରାଟୋରିଜ ଲିମିଟେଡ ର ମାନେଜମେଣ୍ଟ ସହିତ ସିଆଇଟିୟୁ ସହ ବନ୍ଧିତ ଆଇଏଫଜିଏଲ ରିଫ୍ରାଟୋରିଜ ଓର୍କସ ୟୁନିୟନ ଚଳିତ ବର୍ଷ ପାଇଁ ପୂଜା ବୋନସ ଚୁକ୍ତିନାମ ସ୍ୱାକ୍ଷରିତ ହୋଇଛି । ଉକ୍ତ ଚୁକ୍ତିନାମ ଅନୁଯାଇ କାରଖାନା ରେ କାମ କରୁଥିବା ସମସ୍ତ ସ୍ଥାୟୀ ଶ୍ରମିକ ମାନଙ୍କ ପାଇଁ ୨୧,୦୦୦ ଟଙ୍କା ବୋନସ ପ୍ରଦାନ ପାଇଁ ସ୍ଥିର ହୋଇଥିବା ବେଳେ, କାରଖାନା ରେ କାମ କରୁଥିବା ଠିକା ଶ୍ରମିକ ମାନଙ୍କ ପାଇଁ ବାର୍ଷିକ ଦରମାର ୧୦% ବୋନସ ପ୍ରଦାନ ପାଇଁ ସ୍ଥିର ହୋଇଛି । ଯାହାର ପରିମାଣ ବିଭିନ୍ନ ବର୍ଗର ଶ୍ରମିକ ମାନଙ୍କ ପାଇଁ ୧୪,୭୦୦ ରୁ ଆରମ୍ଭ କରି ୧୯,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ । ଏହି ବୋନସ ରେ କାରଖାନାର ପ୍ରାୟ ୫୦୦ ସ୍ଥାୟୀ ଶ୍ରମିକ, କର୍ମଚାରୀ ଓ ୧୦୦୦ ରୁ ଉର୍ଦ୍ଧ ଠିକା ଶ୍ରମିକ ଲାଭବାନ ହେବେ । ଏହି ବୋନସ ଚୁକ୍ତିନାମ ରେ ୟୁନିୟନ ପକ୍ଷରୁ ସାଧାରଣ ସମ୍ପାଦକ ଜାହାଙ୍ଗୀର ଅଲ୍ଲୀ, କାର୍ଯ୍ୟକାରୀ ସଭାପତି ଅଜିତ କୁମାର ଦାସ, କୋଷାଧ୍ୟକ୍ଷ ସିଡିଓ ମୁଣ୍ଡା, ସମ୍ପାଦକ ସୁଜିତ ସାମଲ, ସୁକାନ୍ତ ବିଶ୍ବାଳ, ବାଲାଷିସ ମିଞ୍ଜ ପ୍ରମୁଖ ସ୍ୱାକ୍ଷରିତ କରିଥିବା ବେଳେ ମାନେଜମେଣ୍ଟ ପକ୍ଷରୁ ପ୍ଲାଣ୍ଟ ହେଡ ବିକାଶେନ୍ଦୁ ମହାନ୍ତି, ଏଚ୍ଆର ହେଡ ରବିନାରାୟଣ ସାହୁ ଓ ଏଚ୍ଆର ତରୁଣ ସାହୁ ପ୍ରମୁଖ ସ୍ୱାକ୍ଷରିତ କରିଛନ୍ତି । ଏହି ବୋନସ ଚୁକ୍ତିନାମ ଯୋଗୁଁ କାରଖାନା ର ଶ୍ରମିକ ମାନଙ୍କ ମଧ୍ଯ ରେ ଖୁସିର ଲହରି ଖେଳିଯାଇଛି ।