ବୌଦ୍ଧରେ ଇଣ୍ଡେନ୍ ଡିଭିଜନାଲ ଅଫିସ ତରଫରୁ ସ୍ବଚ୍ଛତା ପକ୍ଷ ଓ ଗ୍ୟାସ ସୁରକ୍ଷା ଶିବିର ପାଳିତ
ଆଜି ବୌଦ୍ଧର ଜାନକୀ-ଭିକାରୀ ଉଚ୍ଚ ବିଦ୍ୟାଳୟ, ମାଉଲସିଙ୍ଗା ପରିସରରେ ଇଣ୍ଡେନ୍ ଡିଭିଜନାଲ ଅଫିସ (ସମ୍ବଲପୁର) ଏବଂ ନୀଳଚକ୍ର ଗ୍ୟାସ ଏଜେନ୍ସୀ ଆନୁକୁଲ୍ୟରେ 'ସ୍ବଚ୍ଛତା ପକ୍ଷ' ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଅତିଥିମାନେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ବଚ୍ଛତା ବିଷୟରେ ପ୍ରେରଣା ଦେଇଥିଲେ। ଏହା ସହିତ ଏକ ଗ୍ୟାସ ସୁରକ୍ଷା ଶିବିର ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଠାରେ ସ୍ଥାନୀୟ ମହିଳା ଓ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଗ୍ୟାସ ବ୍ୟବହାର ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ସ୍ବଚ୍ଛ ଭାରତ ସମ୍ବନ୍ଧୀୟ ସାଧାରଣ ଜ୍ଞାନ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ (ଶ୍ରୀଜିତ୍, ଟ୍ଵିଙ୍କିଲ, ଦୁର୍ଯ୍ୟୋଧନ, ଲୋକନାଥ, ଦୀପକ ଓ ଆୟୁଷ) ପ୍ରମାଣପତ୍ର ଏବଂ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା।
#Boudh #SwachhataPakhwada #Indane #GasSafety #SwachhBharat #Odisha