
SMS News Bureau Rourkela
ରଘୁନାଥପଲ୍ଲୀ ଟିପ୍ପର ମାଲିକ ସଂଘର ଦାବୀକୁ ବିଧାୟକ ଶ୍ରୀ ଦୁର୍ଗା ତନ୍ତୀଙ୍କ ସମର୍ଥନ।
ସମସ୍ୟା ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଦାୟୀ - ବିଧାୟକ ଶ୍ରୀ ଦୁର୍ଗା ତନ୍ତୀ
ରାଉରକେଲା ଇସ୍ପାତ କାରଖାନାରୁ ବାହାରୁଥିବା ସ୍ଲାଗ ଗୁଡିକୁ ଅନ୍ୟତ୍ର ପରିବହନ କାର୍ଯ୍ୟ ଦୀର୍ଘଦିନ ହେଲା ସ୍ଥାନୀୟ ଟିପ୍ପର ମାଲିକ ସଂଘ କରି ଆସୁଥିବା ବେଳେ ବର୍ତ୍ତମାନ ଏହି ସାମଗ୍ରୀ ପରିବହନ ପାଇଁ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ଟେଣ୍ଡର ପ୍ରକ୍ରିୟା କରାଯାଇ ରାଜ୍ୟ ବାହାରର ଜଣେ ବ୍ୟବସାୟୀଙ୍କୁ ପ୍ରଦାନ କରାଯାଇଛି । ତେବେ ଉକ୍ତ ବ୍ୟବସାୟୀ ଜଣଙ୍କ ନିଜର ପତିଆରା ଜାହିର କରିବା ପାଇଁ ଗତବର୍ଷ ପରିବହନ ପାଇଁ ସ୍ଥିର ହୋଇଥିବା ଦର ବଦଳରେ ବର୍ତ୍ତମାନ ବହୁତ କମ ଦରରେ ମାଲ ପରିବହନ ପାଇଁ ସ୍ଥାନୀୟ ଟିପ୍ପର ମାଲିକ ସଂଘର ସଦସ୍ୟ ମାନଙ୍କୁ କହିଥିଲେ । ବର୍ତ୍ତମାନ ସମଗ୍ର ଦେଶରେ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ପରିବହନ ଦର ବୃଦ୍ଧି ନକରି ଓଲଟା କମାଇବା ଘଟଣା ସ୍ଥାନୀୟ ଟିପ୍ପର ମାଲିକ ମାନଙ୍କ ଉପରେ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି । ଫଳରେ ଦର ବୃଦ୍ଧି କରିବା ସହ ସର୍ବ ପ୍ରଥମେ ଏହି ମାଲ ପରିବହନ ପାଇଁ ସ୍ଥାନୀୟ ଗାଡି ମାଲିକଙ୍କୁ ଆଗ୍ରାଧିକାର ଦେବା ଦାବିରେ ରଘୁନାଥପଲ୍ଲୀ ଟିପ୍ପର ମାଲିକ ସଂଘର ସଦସ୍ୟ ମାନେ ଗତ ଦୁଇଦିନ ଧରି ଦେଓଗାଁ ନିକଟରେ ଥିବା ରାଉରକେଲା ଇସ୍ପାତ କାରଖାନାର ଗେଟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଟିପ୍ପର ମାଲିକ ସଂଘର ଦାବିକୁ ସମର୍ଥନ କରି ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ଆଜି ଧାରଣା ସ୍ଥଳକୁ ଯାଇ ଟିପ୍ପର ମାଲିକ ସଂଘର ସଦସ୍ୟ ମାନଙ୍କ ସହ କଥାବାର୍ତ୍ତା ହୋଇ ଉପୁଜିଥିବା ସମସ୍ୟା ପାଇଁ ରାଉରକେଲା ଇସ୍ପାତ କାରଖାନାର କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ ତୁରନ୍ତ ଆନ୍ଦୋଳନରେ ବସିଥିବା ରଘୁନାଥପଲ୍ଲୀ ଟିପ୍ପର ମାଲିଜ ସଂଘର ସଦସ୍ୟ ମାନଙ୍କ ସହିତ କଥାବାର୍ତ୍ତା କରି ସମସ୍ୟା ର ସମାଧାନ କରିବା ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।
#smsnewsnetwork #rourkela #mla #raghunathpalli #durgatanti