
ଘୁଡ଼ୁକାଟିକ୍ରା ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ
ଦିନାଙ୍କ ୨୭/୦୮/୨୦୨୬ (ଗୁରୁବାର) ଦିନ ସ୍ଥାନୀୟ ଶିଶୁ ବିଦ୍ୟାମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ବିଶ୍ୱାଳଙ୍କ ତତ୍ତ୍ଵାବଧାନରେ ରକ୍ଷାବନ୍ଧନ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଚିପିଲିମା OUAT ରେ କାର୍ଯ୍ୟରତ ସରୋଜ ସିଂ ଯୋଗ ଦେଇଥିଲେ l ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର କର୍ଣ୍ଣ l ସଂପାଦକ କୃଷ୍ଣଚନ୍ଦ୍ର ସାଥୁଆ ଓ ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ବିଶ୍ୱାଳ ଓ ମଞ୍ଚାସିନ ଥିବା ବେଳେ ସମ୍ବାଦର ପତ୍ରକାର ସଞ୍ଜିବ ଠାକୁର ଉପସ୍ଥିତ ଥିଲେ l ସ୍ୱାଗତ ସଂଗୀତ ବିଦ୍ୟାଳୟର ଶିଶୁ ମାନଙ୍କ ଦ୍ୱାରା ହୋଇଥିବା ବେଳେ ଶିଶୁ ମାନେ ରକ୍ଷାବନ୍ଧନ ଓ ଗଙ୍ଗାଧର ମେହେରଙ୍କ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ l ବିଦ୍ୟାଳୟର ବରିଷ୍ଠ ଗୁରୁମା ବାସନ୍ତୀ ପ୍ରଧାନ ଗୁରୁମା ନିଜସ୍ୱ ଅଭିଭାଷଣ ପ୍ରଦାନ କରିବାବେଳେ, ବିଦ୍ୟାଳୟର ପୁନମ ଅଦାବର ଭଉଣୀ ସମସ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ l ଅତିଥି ପରିଚୟ ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ବିଶ୍ୱାଳ କରିଥିଲେ l ସଂପାଦକ ମାନନୀୟ କୃଷ୍ଣଚନ୍ଦ୍ର ସାଥୁଆ ନିଜସ୍ୱ ଅଭିଭାଷଣ କରିଥିଲେ l ତତ୍ ସହିତ ସଭାପତି ପ୍ରଦୀପ କୁମାର କର୍ଣ୍ଣ ଅଭିଭାଷଣ ପ୍ରଦାନ କରିଥିଲେ l ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକା କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ଭୂମିକା କହିଥିଲେ l କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ମାନନୀୟ ଅବିନାଶ ଶତପଥି ଧନ୍ୟବାଦ ପ୍ରଦାନ କରିଥିଲେ l