
SMS News Bureau Rourkela
କେନ୍ଦ୍ରୀୟ ପୂଜା କମିଟିର ନିର୍ବାଚନ ପାଇଁ ନାମାଙ୍କନ ଶେଷ ।
ରାଉରକେଲା : ଶାରଦୀୟ ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀପୂଜାର ସୁପରିଚାଳନା ନିମନ୍ତେ ଗଠିତ ରାଉରକେଲା କେନ୍ଦ୍ରୀୟ ପୂଜା କମିଟି (ସିପିସି), ୨୦୨୬-୨୭ ବର୍ଷ ପାଇଁ ନିର୍ବାଚନ ଆସନ୍ତା ୪ ଅକ୍ଟୋବରରେ ଅନୁଷ୍ଠିତ ହେବ। ଏହା ପାଇଁ ନାମାଙ୍କନପତ୍ର ପତ୍ର ଦାଖଲ ପ୍ରକ୍ରିୟା ଆଜି ସମାପ୍ତ ହୋଇ ଯାଇଛି । କମିଟି ର ବିଭିନ୍ନ ପଦ ପଦବୀ ପାଇଁ ମୋଟ 27 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।
ସାଧାରଣ ସଚିବ ପଦ ପାଇଁ 2 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଓମ୍ ଶ୍ରୀ ଶ୍ରୀ ଲକ୍ଷ୍ମୀ ପୂଜା କମିଟିର ବିରାଜ ମୋହନ ବିଶ୍ୱାଳ ଓ ସେକ୍ଟର 2 ଦୁର୍ଗା ପୂଜା କମିଟିର ବୀରେନ୍ଦ୍ର ନାରାୟଣ ସ୍ୱାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ସାର୍ବଜନୀନ ଶ୍ରୀ ଶ୍ରୀ ଦୁର୍ଗା ପୂଜା ସମିତି ର ବିଶ୍ୱନାଥ ଦେ ଓ ଆହୁତି ଭବନ ହାଉସିଙ୍ଗ ବୋର୍ଡ ଦୁର୍ଗା ପୂଜା କମିଟି ର ଶ୍ରୀକୃଷ୍ଣ ପରିଡ଼ା କୋଷାଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିଛନ୍ତି ।
କେନ୍ଦ୍ରୀୟ ପୂଜା କମିଟି ର ତିନୋଟି ଜୋନ ଯଥା ସିଭିଲ୍ ଟାଉନଶିପ୍ ଜୋନ୍, ଷ୍ଟିଲ୍ ଟାଉନଶିପ୍ ଜୋନ୍ ଓ ଫର୍ଟିଲାଇଜର ଟାଉନଶିପ୍ ପ୍ରତ୍ୟେକ ଜୋନ ପାଇଁ ଉପସଭାପତି, ଯୁଗ୍ମ ସଚିବ ଏବଂ ଦୁଇଜଣ କାର୍ଯ୍ୟକାରୀ ସଦସ୍ୟ ପାଇଁ ମଧ୍ୟ ନାମାଙ୍କନ ଦାଖଲ ଆଜି ଶେଷ ହୋଇଯାଇଛି । ସୂଚନା ଯୋଗ୍ୟ ଯେ ୪ ଅକ୍ଟୋବର ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିଏ ଆଇଟିଡିଏ ସମ୍ମିଳନୀ କକ୍ଷରେ ମତଦାନ ହେବ। ଅପରାହ୍ନ ୪ଟାରେ ଭୋଟ ଗଣତି ଏବଂ ସନ୍ଧ୍ୟା ୬ ଟାରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।