ମାଲକାନଗିରି ବ୍ଲକର ମାର୍କାପାଲି ଗ୍ରାମପଞ୍ଚାୟତଠାରେ ଏସଏଚଜି (SHG) ଏବଂ ଗୁରୁପ୍ରିୟା ଟେଲରିଂ ପ୍ରୋଡ୍ୟୁସର ଗ୍ରୁପର ସଦସ୍ୟାମାନଙ୍କୁ ନେଇ ଏକ ଦିବସୀୟ ଆର୍ଥିକ ସାକ୍ଷରତା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର (LDM), ଜିଲ୍ଲା ପରିଷଦର ଆର୍ଥିକ ଓ ଜୀବିକା ବିଭାଗୀୟ ପ୍ରୋଗ୍ରାମ ମ୍ୟାନେଜର, ମିଶନ ଶକ୍ତିର DPC, ଏସବିଆଇ (SBI) ଏବଂ ବିଓବି (BOB) ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଏଥିରେ ମହିଳାମାନଙ୍କୁ ଆର୍ଥିକ ଯୋଜନା, ସଞ୍ଚୟ, ଡିଜିଟାଲ ବ୍ୟାଙ୍କିଙ୍ଗ, ସରକାରୀ ଯୋଜନା ଏବଂ ସ୍ଥାୟୀ ଜୀବିକା ପାଇଁ ଋଣ ସଂଯୋଗୀକରଣ ଓ ଉଦ୍ୟୋଗୀକରଣ କୌଶଳ ବିଷୟରେ ସଚେତନ କରାଯାଇଛି।