Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss
Firozabad

ଦେବୋତ୍ତର ମ୍ୟାନେଜର କ୍ୱାର୍ଟର ଜବରଦଖଲ, ପୂର୍ବତନ କାଉନସିଲର ଡିଲର ବେପାର କରୁଥିବା ଅଭିଯୋଗ କରିଛି କଂଗ୍ରେସ ନୟାଗଡ଼, ୧୩/୭: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପାଖେ ନୟାଗଡ଼ ଦେବୋତ୍ତର ମ୍ୟାନେଜରଙ୍କ କ୍ୱାର୍ଟର କୁ ବିଜେଡି ନେତା ପୂର୍ବତନ କାଉନସିଲର ନେତ୍ରାନନ୍ଦ ସାହୁ ବର୍ଷବର୍ଷ ଧରି ଜବରଦଖଲ କରି ମୁନିସିପାଲିଟି ଡିଲର ବ୍ୟବସାୟ ଚଲାଇଛନ୍ତି l ସ୍ଥାନୀୟ ବିଧାୟକଙ୍କ ସୁପାରିଶ କ୍ରମେ ପୂର୍ବତନ କାଉନସିଲରଙ୍କ ପ୍ରତି ଦେବୋତ୍ତର ପ୍ରଶାସକ ଅହେତୁକ ଅନୁକମ୍ପା ଦେଖାଇ ଏହି ସରକାରୀ କ୍ୱାର୍ଟର ଟେକି ଦେଇଥିବା ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶ l ଦେବୋତ୍ତର ମ୍ୟାନେଜର ଯଦି ତାଙ୍କ ନିଜ ବାସଭବନରେ ରହୁଛନ୍ତି ତେବେ ଏହି କ୍ୱାର୍ଟର ଷ୍ଟାଫ୍ ମାନଙ୍କୁ ଦିଅନଯାଇ ବିଧାୟକଙ୍କ ଖାସ ପୂର୍ବତନ କାଉନସିଲରଙ୍କୁ ବ୍ୟବସାୟ ପ୍ରତିଷ୍ଠାନ ଚଳାଇବା ପାଇଁ ବେଆଇନ ଅନୁମତି କାହିଁକି ଦିଆଯାଇଛି ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ l ବର୍ଷବର୍ଷ ଧରି ଏହି କ୍ୱାର୍ଟର ରେ ଡିଲର ବ୍ୟବସାୟ ଚାଲୁଥିଲେ ମଧ୍ୟ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଏହି କ୍ୱାର୍ଟର କାହିଁକି ବ୍ୟବସାୟ ମୁକ୍ତ କରୁନାହାଁନ୍ତି କାହିଁକି ପ୍ରଶ୍ନ ଉଠାଇବା ସ୍ୱାଭାବିକ ବୋଲି କଂଗ୍ରେସ ନେତା କହିଛନ୍ତି l ଜିଲ୍ଲାରେ ଆଉ କୌଣସି ଡିଲରଙ୍କୁ ବ୍ୟବସାୟ କରିବା ପାଇଁ ଏହିଭଳି ସରକାରୀ କ୍ୱାର୍ଟର ଦିଆଯାଇଛି ବୋଲି ଉପଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଛନ୍ତି ଡିସିସି ସଭାପତି l ବିଧାୟକଙ୍କ ଏହି ଖାସ କାଉନସିଲରଙ୍କୁ କାହିଁକି ଏତେ ଅନୁକମ୍ପା ଦେଖାଯାଇଛି l ଏଥିପାଇଁ ରାଜ୍ୟ ଦେବୋତ୍ତର ଆଯୁକ୍ତ ଅନୁମତି ଦେଇଛନ୍ତି କି ନାହିଁ ତାହା ଏବେ ମଧ୍ୟ ସନ୍ଦେହ ଘେରରେ ରହିଛି l ତୁରନ୍ତ. ଏହି କ୍ୱାର୍ଟର ଉଛେଦ କରାଯାଇ ଦେବୋତ୍ତର ଅଧିନକୁ ଆଣିବା ପାଇଁ ଦାବୀ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶ । ଯେଉଁ ପୂର୍ବତନ କାଉନସିଲରଙ୍କ ବିଷୟରେ ଶ୍ରୀ ଦାଶ ଅଭିଯୋଗ କରିଛନ୍ତି ଏବେ ସେ ବିଜେଡିରେ ଆଉ ନାହାନ୍ତି। ସେ ବିଜେପି ଦଳରେ ମିଶିଯାଇଥିବା ସୂଚନା ମିଳିଛି।

Konark, Puri | Jul 13, 2026

MORE NEWS