
#BreakingNews #ବକ୍ସମା #ଫୁଟବଲ_ଟୁର୍ଣ୍ଣାମେଣ୍ଟ୍
କୁଚିଣ୍ଡା ବକ୍ସମା ଠାରେ ଏକ ଦିବସିୟ ଫୁଟବଲ ଟୁର୍ନାମେଣ୍ଟ
କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସମା ଗ୍ରାମ ଠାରେ ଏକ ଦିବସିୟ ଫୁଟବଲ ଟୁର୍ନାମେଣ୍ଟ ଆୟୋଜିତ ହୋଇ ଯାଇଥିଲା, ଯେଉଁଥିରେ ବକ୍ସମା ର କମଳ ମେହେର ଙ୍କ ସଭାପତିତ୍ୱ ଏବଂ ଅଭିନାଶ ବାଘ ଙ୍କ ମିଳିତ ଉଦ୍ୟମ ରେ ନିକଟସ୍ଥ ବଛା ବଛା ଆଠ ଟି ଟିମ କୁ ନେଇ ଖେଳ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ସରସ୍ବତୀ ଠାକୁର, ସମିତି ସଭ୍ୟ ରଶ୍ମି କୁସୁମ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ପ୍ରଶ୍ନ ସାମଲ, କେନ୍ଦ୍ରୀୟ ବିଦ୍ୟାଳୟ ର ପିଇଟି ସୁଜିତ ସାମଲ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉସ୍ୟାହିତ କରିଥିଲେ ,ଏଥିରେ ପ୍ରଥମ ମ୍ୟାଚ ବକ୍ସମା ଓ ଝାରମୁଣ୍ଡା ମଧ୍ୟ ରେ ୧-୧ ଗୋଲ ରେ ହୋଇଥିଲା ଯାହା ପେଲାଣ୍ଟିକ ମାଧ୍ୟମ ରେ ବକ୍ସମା ବିଜେତା ହୋଇଥିଲା। ସେହିପରି ଫାଇନାଲ ରେ କିଲିପଦର ଓ ଭେଟନାର ଇଲେଭେନ ଙ୍କ ମଧ୍ୟରେ ହୋଇଥିଲା ଯାହା ପେଲାଣ୍ଟିକ ମାଧ୍ୟମ ରେ ଭେଟନାର ଇଲେଭେନ ବିଜେତା ହୋଇଥିଲା ।ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଜେତା ଦଳଙ୍କୁ 5000 ଟଙ୍କା ସହିତ ଟ୍ରଫି ଏବଂ ଉପବିଜେତା ଦଳ ଙ୍କୁ 3000 ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଦିବସ ରେ ରେଫରି ଶତାବ୍ଦୀ ଜୟପୁରିଆ,ରାଜକୁମାର ମହାପାତ୍ର, ପ୍ରଶାନ୍ତ ମୁଣ୍ଡା ଏବଂ ଧୀରେନ୍ଦ୍ର ମାଝୀ ଖେଳ ପରିଚାଳନା କରିଥିବା ବେଲେ ସରୋଜ ଠାକୁର,ସୀତାରାମ ପ୍ରଧାନ,ବିକାଶ ପୃସେଠ, ରଞ୍ଜନ ସାଉଁନ୍ତ,ବୁଲୁ ପରିଡା, ସଂଜୀବ ସାହୁ,ସୁମନ୍ତ ବାଘ, ହେମନ୍ତ ଜରଡିଆ,କାର୍ତିକ ସିଂହ, କ୍ଷୀରସାଗର ଜରଡିଆ,ନିର୍ମଳ କିସାନ, ଶିବୁ ବାଘ,କୁରପା ବାଘ,ସୁଦାମ ବାଘ, ମନୀଷ,ସୋଭାଗ୍ୟ ପିଙ୍ଗ, ଏଲିନ ବାଘ,ପ୍ରକାଶ ବାଘ, ଜିତେନ୍ଦ୍ର ନାଏକ,ଟିକେଶ୍ୱର ସାଉଁତ, ଜନ୍ସନ ବୁଡ଼ା,ସହଯୋଗ କରିଥିଲେ। #football #footballnews #news #sambalpur #odishanews #Breaking #kuchinda #kuchindatvlive