ତୁର୍ଲା ହତ୍ୟାକାଣ୍ଡରେ ୩ ଗିରଫ, ମାରଣାସ୍ତ୍ର ଜବତ
ବରଗଡ଼: ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା ଗାଁରେ ଘଟିଥିବା ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ମୁଖ୍ୟ ଅଭିଯୁକ୍ତ ଯୋଗିନ୍ଦ୍ର ଖର୍ସେଲ (୩୫), ସୁଗିନ୍ଦ୍ର ଖର୍ସେଲ (୩୨) ଓ ବାସୁଦେବ ଖର୍ସେଲ (୬୦)ବୋଲି ଜଣାପଡିଛି ।ମୃତକ ହେଲେ ତୁର୍ଲା ଗ୍ରାମର ୪୯ ବର୍ଷୀୟ ତ୍ରିନାଥ ନାଏକ।
ପୋଲିସ ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁରୁବାର ରାତିରେ ଅଭିଯୁକ୍ତ ଯୋଗିନ୍ଦ୍ର ଖର୍ସେଲ ତ୍ରିନାଥ ନାଏକଙ୍କ ଘରକୁ ଯାଇ ଗାଳିଗୁଲଜ ଓ ଝଗଡ଼ା କରିଥିଲେ। ଏହା ପରେ ଶୁକ୍ରବାର ରାତି ପ୍ରାୟ ୧୨ଟା ୪୫ ମିନିଟ୍ ସମୟରେ ତ୍ରିନାଥ ନାଏକ ଘର ପଛପଟେ ଶୋଇଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା।
ମୃତକଙ୍କ ଝିଅ ବବିତା ନାଏକଙ୍କ ଅଭିଯୋଗ ଆଧାରରେ ଝାରବନ୍ଧ ଥାନାରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ମୁଖ୍ୟ ଅଭିଯୁକ୍ତ ଯୋଗିନ୍ଦ୍ର ଖର୍ସେଲ (୩୫), ସୁଗିନ୍ଦ୍ର ଖର୍ସେଲ (୩୨) ଓ ବାସୁଦେବ ଖର୍ସେଲ (୬୦)ଙ୍କୁ ଗିରଫ କରିଛି।
ଘଟଣାରେ ବ୍ୟବହୃତ ଏକ ମାରଣାସ୍ତ୍ର ‘କଟାରା’କୁ ପୋଲିସ ଜବତ କରିଛି। ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।