ରେଷ୍ଟୁରାଣ୍ଟ ରେ ହୁକା ବାର ସହ ଚାଲିଥିଲା ଜୁଆ ଖେଳ।
କଟକ ସିଡିଏ ସେକ୍ଟର ୬ ନମ୍ବରରେ ବେଆଇନ ଜୁଆ ଓ ହୁକା ବାର ଉପରେ ମିଳିତ ଚଢ଼ାଉ କରିଛି କେଏମସି ର ସ୍ୱାସ୍ଥ୍ୟ ବିଭାଗ । କେଏମସି ଫୁଡ୍ ସେଫ୍ଟୀ ଟିମ୍, ପୋଲିସ ଓ ଅବକାରୀ ବିଭାଗର ମିଳିତ ଭାବେ ଚଢ଼ାଉ କରିଛି । ସିଡିଏ ସେକ୍ଟର ୬ କାସ୍ୟୁ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ ସମୟରେ ବିପୁଳ ପରିମାଣର ନିକୋଟିନ୍ ଯୁକ୍ତ ହୁକା, ଜୁଆ, ମଦ ଓ ବାସି ଖାଦ୍ୟ ଜବତ କରିଛି ସ୍ବାସ୍ଥ୍ୟ ବିଭାଗ । ଖାଦ୍ୟ ଲାଇସେନ୍ସରେ ଏହିଭଳି ବେଆଇନ ଭାବେ ହୁକା ବାର ଚାଲିଥିଲା । ରେଷ୍ଟୁରାଣ୍ଟଟୁ କୁ ପାଞ୍ଚ ହଜାର ଜୋରିମାନା ସହ ସିଲ୍ କରିଛି କେଏମସି ସ୍ୱାସ୍ଥ୍ୟ ବିଭାଗ ।
Konark, Puri | Oct 1, 2026