ଗୋପରେ ଗଣେଶ ଭସାଣି ବେଳେ ପୋଲିସ ଗାଡ଼ିକୁ ପଥରମାଡ଼
ଗୋପ ବ୍ଲକ ବିରତୁଙ୍ଗ ଗ୍ରାମରେ ଗଣେଶ ଭସାଣି ଚାଲିଥିବା ବେଳେ ଗୋପ ଓ ନୟାହାଟ ପୋଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଥିଲା। ଶାନ୍ତିଶୃଙ୍ଖଳାର ସହ ଭସାଣି କରିବା ସହ ରାତି ୧୦ଟା ପରେ ଡିଜେ ବନ୍ଦ କରିବାକୁ ପୋଲିସ ଅନୁରୋଧ କରିଥିଲା। ତେବେ ରାତି ୧୦ଟା ପରେ ଡିଜେ ବନ୍ଦ କରିବା ପାଇଁ ପୋଲିସ ଗାଡ଼ି ଯିବା ସମୟରେ ଗାଡ଼ି ଉପରକୁ ପଥରମାଡ଼ ହୋଇଥିବା ଜଣାପଡ଼ିଛି। ଭିଡିଓରେ ମଧ୍ୟ ପୋଲିସ ଗାଡ଼ିକୁ ପଥରମାଡ଼ ହେଉଥିବା ଦୃଶ୍ୟ ଦେଖାଯାଉଛି। ଏହି ଘଟଣାରେ ବିରତୁଙ୍ଗ ଗ୍ରାମର କିଛି ଯୁବକଙ୍କ ସମ୍ପୃକ୍ତି ଥିବା ନେଇ ସୂଚନା ମିଳିଛି।
ଯେଉଁଠି ପୋଲିସ ହିଁ ସୁରକ୍ଷିତ ନୁହେଁ, ସେଠି ସାଧାରଣ ଜନତା କେମିତି ସୁରକ୍ଷିତ ରହିବେ? ଏଭଳି ଘଟଣା ନେଇ ଉଠିଛି ବଡ଼ ପ୍ରଶ୍ନ।
Konark, Puri | Sep 26, 2026