କୁଚିଣ୍ଡା ଥାନାର ଡ଼ିମିରିମୁଣ୍ଡା ପଁଚାଏତ୍ନେ ବେଆଇନ ମହୁଲି ଆରୁ କୁସୁନା କାରବାର୍ ବଢ଼ୁଥିବାର୍ନୁ ମାଏକିନିଆଁମାନେ ଚିନ୍ତା ପରଗଟ୍ କରିଛନ୍। ପ୍ରଶାସନର୍ ଢିଲାପନ୍ ଲାଗି ଡ଼ିମିରିମୁଣ୍ଡା, ବାଲିବୁଡ଼ା, ବାମଣ୍ଡାଗଡ଼, ଲେପେଇକାନି ଆରୁ ତବଲାକଟା ଗାଁମାନଙ୍କର୍ ଘରେ ଘରେ ନିଶା କାରବାର୍ ଚାଲିଛେ। ନିଶା ଲାଗି ମୁନୁଷମାନେ ରୋଗ୍ନେ ପଡ଼ି ଅକାଳେ ମରୁଛନ୍, ଘରୋଇ କଲିବିବାଦ୍ ବଢ଼ିଯାଇଛେ। ସ୍କୁଲ୍ ଆରୁ ଡାକ୍ତରଖାନା ବାଟେ ମଦୁଆଙ୍କର୍ ଉତ୍ପାତ୍ ବଢ଼ିବାର୍ନୁ ଛୁଆ ଆରୁ ଝି-ବୋହୂମାନେ ଅସୁରକ୍ଷିତ୍ ଭାବୁଛନ୍। ଇଥିର୍ ଲାଗି ପଁଚାଏତ୍ର୍ ମାଏକିନିଆଁମାନେ ଏକାଠି ହୋଇ କୁଚିଣ୍ଡା ଉପଜିଲ୍ଲାପାଳ, ଆରୁ ଅବକାରୀ ବିଭାଗ୍କେ ଦାବିପତ୍ର ଦେଇଛନ୍। #amarkuchinda