ଏସିଆନ୍ U23 ଆଥଲେଟିକ୍ସ: ଭାରତକୁ ସ୍ୱର୍ଣ୍ଣ, ଓଡ଼ିଶାର ଆସ୍ତିକ ପ୍ରଧାନଙ୍କ କମାଲ
ଭୁବନେଶ୍ୱର, 10/7: ଚୀନର ଓର୍ଡୋସ ସହରରେ ଆୟୋଜିତ ପ୍ରଥମ ଏସିଆନ୍ U23 ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୬ରୁ ଭାରତ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ପ୍ରତିଯୋଗିତାରେ ୪x୪୦୦ ମିଟର ମିକ୍ସଡ୍ ରିଲେ (Mixed Relay) ଇଭେଣ୍ଟରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଛି।
ଏହି ବିଜୟୀ ଭାରତୀୟ ଦଳରେ ଓଡ଼ିଶାର ଉଦୀୟମାନ ଆଥଲେଟ୍ ଆସ୍ତିକ ପ୍ରଧାନ ସାମିଲ ଥିଲେ, ଯାହା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ। ଆସ୍ତିକଙ୍କ ସହ ଏହି ଦଳରେ ସାନ୍ଦ୍ରାମୋଲ ସାବୁ, ସେତୁ ମିଶ୍ର ଏବଂ ଶ୍ରାବଣୀ ସାଙ୍ଗଲେ ରହିଥିଲେ। ଭାରତୀୟ କ୍ୱାର୍ଟେଟ୍ ୩ ମିନିଟ୍ ୧୮.୬୪ ସେକେଣ୍ଡ ସମୟ ନେଇ ଆୟୋଜକ ଚୀନକୁ ମାତ୍ର ୦.୧୦ ସେକେଣ୍ଡରେ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଥିଲେ।ଏହି ସଫଳତା ପାଇଁ ଆସ୍ତିକ ପ୍ରଧାନ ଏବଂ ସମ୍ପୂର୍ଣ୍ଣ ଭାରତୀୟ ଦଳକୁ ଚତୁର୍ଦ୍ଦିଗରୁ ଶୁଭେଚ୍ଛାର ସୁଅ ଛୁଟିଛି। ଆଗାମୀ ଦିନରେ ସେମାନେ ନିଜ କ୍ରୀଡ଼ା କ୍ୟାରିୟରରେ ଏମିତି ଉନ୍ନତି କରନ୍ତୁ ଏବଂ ଦେଶ ପାଇଁ ଆହୁରି ଅନେକ ଗୌରବ ଆଣନ୍ତୁ ବୋଲି ସମସ୍ତେ କାମନା କରିଛନ୍ତି।
#Deshduniyakhabar24