ଭକ୍ତିର ଅନ୍ୟ ଏକ ନିଦର୍ଶନ: ସରକାରୀ ସହାୟତା ବିନା ବୌଦ୍ଧ ଥାପପାଲୀରେ ଗଢ଼ି ଉଠିଛି ମା' ସିଦ୍ଧିଦାତ୍ରୀ ମନ୍ଦିର!
ନା କ୍ଲବ୍, ନା ଚାନ୍ଦା, ନା ସରକାରୀ ସହାୟତା—କେବଳ ଅଦମ୍ୟ ଭକ୍ତି ଓ ନିଷ୍ଠା ବଳରେ ବୌଦ୍ଧ ବ୍ଲକ ଗୋଚ୍ଛାପଡା ପଞ୍ଚାୟତ ଥାପପାଲୀ ଗ୍ରାମର ଉମେଶ ପ୍ରସାଦ ତ୍ରିପାଠୀଙ୍କ ପରିବାର ପକ୍ଷରୁ ନିଜସ୍ୱ ଖର୍ଚ୍ଚରେ ନିର୍ମିତ ମା' ସିଦ୍ଧିଦାତ୍ରୀଙ୍କ ପୀଠରେ ନିରବଚ୍ଛିନ୍ନ ଭାବେ ପାଳିତ ହେଉଛି ନବଦିନାତ୍ମକ ନବଦୁର୍ଗା ପୂଜା।
ଏଠାରେ କୌଣସି ଆଡ଼ମ୍ବର ନାହିଁ, ବରଂ ଶାନ୍ତି, ଭକ୍ତି ଓ ସଂସ୍କାରର ଅନନ୍ୟ ପରମ୍ପରା ରହିଛି।୯ ଦିନ ଧରି ପ୍ରତିଦିନ ସଂକୀର୍ତ୍ତନ ଓ ଭଜନ ସନ୍ଧ୍ୟାରେ କମ୍କୁଛି ପରିବେଶ।ସ୍ୱର୍ଗତ ପଣ୍ଡିତ ଲକ୍ଷ୍ମଣ ତ୍ରିପାଠୀଙ୍କ ଆଦର୍ଶକୁ ଆଗକୁ ବଢ଼ାଇ ଏହି ପରିବାର ସମାଜକୁ ଏକ ବଡ଼ା ବାର୍ତ୍ତା ଦେଉଛନ୍ତି।
ସରକାରୀ ପ୍ରୋତ୍ସାହନଠାରୁ ଦୂରେଇ ଥାଇ ମଧ୍ୟ ଏପରି ନିଷ୍ଠାପର ପ୍ରୟାସ ସମଗ୍ର ବୌଦ୍ଧ ଜିଲ୍ଲା ପାଇଁ ଗର୍ବ ଓ ଗୌରବ!
ଜୟ ମା' ସିଦ୍ଧିଦାତ୍ରୀ!
#Bouddh #SiddhidatriTemple #Thappali #OdiaCulture #Devotion #BouddhaTimes